STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଆକାଶବାଣୀ

ଆକାଶବାଣୀ

1 min
23.4K

ନିଦ ଭାଙ୍ଗୁଥିଲା

ଶୁଣି ସେଇ ଚିରାଚରିତ

ଚିହ୍ନା ବାଦ୍ୟସଙ୍ଗୀତର ମଧୁର ମୂର୍ଚ୍ଛନାରେ। 

ଭକ୍ତିବନ୍ଦନାର ରସାଳ ସଙ୍ଗୀତ ପରେ

ଶଙ୍କର୍ଷଣ ମଙ୍ଗରାଜଙ୍କ 'ଆଜିର ଅନୁଚିନ୍ତା'

ଦିନଟିର ମୂଳଦୁଆ ପଡୁଥିଲା

ଏକ ଶୁଦ୍ଧ ସଙ୍ଗୀତ ଓ ପବିତ୍ର ଭାବନାରେ। 


ଏକ ଗମ୍ଭୀର କଣ୍ଠରୁ ଶୁଭେ

ସମ୍ବାଦର ପରିବେଷଣ,

ଦିଶୁନଥିଲେ ବି ନାଚିଉଠୁଥିଲା

ବର୍ଣିତ ଦୃଶ୍ୟରାଜି ସବୁ ଆଖିଆଗରେ। 

ଆଉ ତାପରେ ହାଲୁକା ହୋଇଯାଏ ମନ

ସୁଗମ ସଙ୍ଗୀତର ସୁମଧୁର ସ୍ୱରେ।


ଅପେକ୍ଷା ଥିଲା ରବିବାର 

ଗୀତିନାଟ୍ୟର ଭବ୍ୟ ସଂଳାପକୁ

ଅବା ରାତିରେ ପରିବେଷିତ

ନାଟକ ଭିନ୍ନ ପ୍ରକାରର

କେବେ ପାଲା ଦାସକାଠିଆ କିମ୍ବା

ଘୋଡାନାଚର ପୌରାଣିକ ଆସର। 


ହଁ ଏଇ ରେଡ଼ିଓ

ସତେ ଯେମିତି ଥିଲା

ଦୈନିକ ଜୀବନର ଏକ ଅବିଛିନ୍ନ ଅଙ୍ଗ

ପ୍ରତି ପରିବାରର ଏକ ବିଶେଷ ସଦସ୍ୟ

ଦିନ ତମାମ ଅଜାଙ୍କର ଅନ୍ତରଙ୍ଗ ସାଥି

ଓ ଶୋଇବା ଆଗରୁ ମଧୁର ସଙ୍ଗୀତର

ଏକମାତ୍ର ମନୋରଞ୍ଜନର

ଏକ ବିବିଧ ମାଧ୍ୟମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract