ଆକାଶ
ଆକାଶ
ଆଷାଢ଼ରେ ଭରା ବାଦଲ
ଶ୍ରାବଣରେ ଅଶ୍ରୁ ଧାରା ମେଘ
ଜେଷ୍ଟ ଆଉ ଅଦିନିଆ ଝଡ ବର୍ଷା
ସବୁ କେତେ ବାଧା ବିଘ୍ନ ସହୁଛି ଦେହ
ଗ୍ରୀଷ୍ମ ତାତି ପୁଣି ଧୂଳି ଝଡ
ଅମେଇଶିଆ ଅନ୍ଧାରରେ ଲୁଚିଯାଇଛି ସତ୍ତା
ନର୍ଲିପ୍ତ ନିର୍ବିକାର ବେଦ ଗାଇ ଯାଉଛି
ସନ୍ୟାସୀ ଯୋଗୀ ନୀୟତ୍ରଣ ମନ
କାମନାର ବିନାଶ ତ ଦୁଃଖର ବିନାଶ।
ପୂର୍ଣ୍ଣମୀର ଜହ୍ନ ତାରକା ପୁଞ୍ଜ
ଦିବାକରଙ୍କ ଦିବସରେ ଗତି
ବ୍ୟୈମଯାନ ଘର୍ଘର ଶବ୍ଦ
ଚନ୍ଦ୍ର ମଙ୍ଗଳ ରକେଟ ଯାତ୍ରା
ସବୁ ଦେଖୁଛି କେତେକ ଆକସ୍ମିକ ଦୁର୍ଘଟଣା
ବୌଦ୍ଧିକ ଜୀବନରେ ଏକାଗ୍ରତା ।
ତାର ବକ୍ଷେ ପକ୍ଷୀ ଉଡ଼ିଗଲେ
ଗଛଟି ଭୂମିରୁ ତାଆଡକୁ ବଢ଼ିଲେ
ତାର ଗଭୀର ଗାମ୍ଭୀଯ୍ୟ ପାଇଁ
ଚରମ ଓ ପରମ ପୂଜ୍ୟ
ଉର୍ଦ୍ଧରେ ରହି ନିମ୍ନଙ୍କୁ ଦେଖୁଛି।