STORYMIRROR

pravasini Senapati

Inspirational Others

3  

pravasini Senapati

Inspirational Others

ଆକାଶ

ଆକାଶ

1 min
268

ଅନନ୍ତ ଆକାଶ ଅନାଦି କାଳରୁ

 ରହିଛି ଏମିତି ଚାହିଁ

କେତେ ସୁଖ, ଦୁଃଖ, ଆନନ୍ଦ, ବିଷାଦ 

ଦେଖିଅଛି ପୁଣି ସେହି ।(୧)

ଏଇ ପୃଥିବୀରେ ଦେଖିଛି ସେ କେତେ

ଅତ୍ୟାଚାର, ବ୍ୟଭିଚାର

ଅନ୍ୟାୟ, ଅନୀତି କେତେ ଯେ ଦୁର୍ନୀତି

ଦେଖିଛି ଆଖି ତାହାର ।(୨)

ପ୍ରଭାତର ସୂର୍ଯ୍ୟ ଉଦୟ ଦେଖିଛି

ତା'ର ସେ ବିଶାଳ ବକ୍ଷେ

ଅସ୍ତଗାମୀ ସୂର୍ଯ୍ୟ ବିଦାୟ ମାଗିଲେ

 ଜହ୍ନ ଆସେ ଅନ୍ତରୀକ୍ଷେ ।(୩)

କେତେ ଯେ ବିହଙ୍ଗ ଶିଖିଛନ୍ତି ଉଡ଼ି

ତା ବକ୍ଷର ନୀଳିମାରେ

ନୀରବେ ଦେଖିଛି କେତେ ଭସା ମେଘ

ଭାସିଛି ତା ବୁକୁ ପରେ ।(୪)

ସବୁ ଦେଖି ପୁଣି ନିର୍ବାକ,ନିଶ୍ଚଳ

କହେନାହିଁ କେବେ କିଛି

ଧୌର୍ଯ୍ୟ ଓ ସାହସ ଆକାଶ ଠୁ ଶିଖ

ଯଦି ଶିଖିବାର ଅଛି ।(୫)


Rate this content
Log in

Similar oriya poem from Inspirational