ଆକାଶ
ଆକାଶ
ହେ' ଆକାଶ କି ଶବଦେ
କରିବି ବର୍ଣ୍ଣନ,
ତମ୍ଭେହିଁ ଅବର୍ଣ୍ଣନୀୟ
ଶବ୍ଦର ମାଧ୍ୟମ ।
କିଏ ତୁମ୍ଭ ସୃଷ୍ଟିକର୍ତ୍ତା
ଅନନ୍ତ କକ୍ଷର ?
କିବା ସ୍ଵୟଂ ପରଂବ୍ରହ୍ମ
ପରମଇଶ୍ବର।୧।
ବେଦ ବିଜ୍ଞାନ ବର୍ଣ୍ଣିତ
ତଥ୍ୟ ପ୍ରମାଣିତ,
ଆକାଶ ପଞ୍ଚତତ୍ତ୍ବର
ଆଦିମୂଳ ସ୍ରୋତ ।
ଧରତି ଜଳ ଅନଳ
ଅନିଳ ସହିତ,
ଜୀବନର ସଞ୍ଚରଣ
ଜଗତ ଜୀବନ୍ତ ।୨।
ଅଗଣିତ ସୂର୍ଯ୍ୟ ଚନ୍ଦ୍ର
ଜ୍ୟୋତିପୁଞ୍ଜ ତାରା,
ତା' ମଧ୍ୟେ କନ୍ଦୁକ ପ୍ରାୟ
ପରିମିତ ଧରା ।
ବେଦରେ ବର୍ଣ୍ଣନା ନାହିଁ
ତୁମ୍ଭ ଦୈର୍ଘ୍ୟ ପ୍ରସ୍ଥ,
ଶୂନ୍ୟ ପ୍ରାୟ ଅନ୍ତହୀନ
ଆକାଶ ଅନନ୍ତ।୩।
ହେ ଅନନ୍ତ !
ବିସ୍ମୟ ଆନନ୍ଦ ସୁଖ
ସୂଚକ ଅବ୍ୟୟ,
ତୁମେ ବ୍ରହ୍ମା ବିଷ୍ଣୁ ରୁଦ୍ର
ସୁମଗଂଳମୟ ।
ଅକଳନ ବିଶ୍ବ ତୁମ୍ଭ
ଗର୍ଭେ ସମାହିତ,
ଅନୁମେୟ ନୁହେଁ ତୁମେ
ମୋ ପାଇଁ ଅନୁକ୍ତ।୪।
****
