ଆକାଶ
ଆକାଶ
ପାହିଛି ରଜନୀ କ୍ଷଣକେ
ଆଲୋକରେ ଉଜ୍ୱଳ l
କାତର ଆନନ୍ଦେ ଆକାଶ
ରଚେ ମନ ନିର୍ମଳ l
କୋଟି କୋଟି ଫୁଲ ସମାନେ
ବିଞ୍ଚେ କିରଣ ଜ୍ୟୋତି l
ଆହା କି ମଧୁର ସୁରୁଜ
କରେ ମୋହଇ ମତି l
ମନ କି ଆତୁରେ ଲଭିଛି
ଆକାଶର ଶୋଭାକୁ l
ବାୟୁ ବିହରଣ ଆନନ୍ଦ
ଭାବଟି ଲଭିବାକୁ l
ନାଚି ଉଡ଼ି ପକ୍ଷୀ କାତର
ଆକାଶରେ ଭ୍ରମିଣ l
ନିରିମଳ ଶୋଭା ଆଶାକୁ
ହୃଦେ ଭଜଇ ମନ l