STORYMIRROR

Kumarlal Rana

Fantasy Others

3  

Kumarlal Rana

Fantasy Others

ଆକାଶ

ଆକାଶ

1 min
294

ପାହିଛି ରଜନୀ  କ୍ଷଣକେ 

         ଆଲୋକରେ ଉଜ୍ୱଳ l

କାତର ଆନନ୍ଦେ   ଆକାଶ 

           ରଚେ ମନ ନିର୍ମଳ l

କୋଟି  କୋଟି ଫୁଲ     ସମାନେ 

            ବିଞ୍ଚେ କିରଣ ଜ୍ୟୋତି l

ଆହା  କି  ମଧୁର   ସୁରୁଜ  

             କରେ ମୋହଇ ମତି l

ମନ   କି  ଆତୁରେ  ଲଭିଛି 

                ଆକାଶର ଶୋଭାକୁ l

ବାୟୁ  ବିହରଣ   ଆନନ୍ଦ 

                ଭାବଟି ଲଭିବାକୁ l

ନାଚି  ଉଡ଼ି ପକ୍ଷୀ କାତର  

         ଆକାଶରେ ଭ୍ରମିଣ l

ନିରିମଳ ଶୋଭା ଆଶାକୁ 

         ହୃଦେ ଭଜଇ ମନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy