ଆକାଶ
ଆକାଶ
ନୀଳ ଆକାଶ ନୀଳିମା ସତେ
ଆହାକି ନିରିମଳ
କଳା ଵାଦଲ ଢାଙ୍କଇ ଯେଵେ
ଦିଶଇ ଅନ୍ଧକାର ।।
ଆକାଶ ବୁକେ ଜହ୍ନ ଖେଳଇ
ଟିକି ତାହାଙ୍କ ମେଳେ
ନିମିଷେ ଲୁଚି ଵାଦଲ ତଳେ
ପୁଣି ଆକାଶେ ଝଳେ ।।
କଳା ବାଦଲ ତା ଉଜ୍ଜଳତା
ପାରେନା ପୁରା ଢାଙ୍କି
ସେପରି ଜଣେ ଗୁଣି ଜନର
ଗୁଣ ନରହେ ଛପି ।।
ଆକାଶ ବୁକେ ଧରିଛି କେତେ
ଗ୍ରହ, ନକ୍ଷେତ୍ର ଆଦରେ
ତାପରି ଆସ ବାନ୍ଧିବା ଆମେ
ସଭିଙ୍କୁ ସ୍ନେହ ଡୋର ।।
