STORYMIRROR

Samar Ballav Bhoi

Abstract Inspirational Children

3  

Samar Ballav Bhoi

Abstract Inspirational Children

ଆକାଶ

ଆକାଶ

1 min
248



ବିଶାଳ ପ୍ରସସ୍ଥ ତୁମ ବିସ୍ତୃତ ଶରୀର 

ନାହିଁ ଆରମ୍ଭ ନାହିଁ ଶେଷର ଅନ୍ତର

ଶୂନ୍ୟଶୂନ୍ୟ ମହା ଶୂନ୍ୟର ଆଧାର

ଖସିପଡେ ନାହିଁ ଏତେ ବଡ଼ ଶରୀର ।।


ବିଶ୍ଵାସର ଆକାର ପରି ପରିବ୍ୟାପ୍ତ

ମନ ପରି ସବୁବେଳେ ତୁମେ ବିସ୍ତୃତ

ବର୍ଷାର ଜଳ ପରି ନିର୍ମଳ ପରିତୃପ୍ତ

ଋତୁ ନେଇ ତୁମ ଚେହେରା ପ୍ରସ୍ତୁତ।।


ବର୍ଷାରେ ରୁପ ତୁମ ଅଭିନ୍ନ ଅବତାର

ଋତୁରାଜ ବସନ୍ତେ ନିର୍ମଳ ଚେହେରା ତୁମର

ଗ୍ରୀଷ୍ମଋତୁ ଚେହେରା ଟା ଭାରି ଭୟଙ୍କର

ପ୍ରକମ୍ପିତ ବିଜୁଳିର ଗର୍ଜନେ ଧରାହୁଏ ଥରହର।।


କବିର ଭାବନା ରେ ବଣ୍ଣିତ ତୁମର ଚେହେରା

ସୂର୍ଯ୍ୟ ଚନ୍ଦ୍ରଙ୍କ ଆତଯାତ ତୁମ ସାଥେ ଯୋଡ଼ା

ସୁନ୍ଦର ଚେହେରେ କେତେ ଦରଦ ପସରା

ଶିଶୁଟିଏ ବୁଝିଯାଏ ଦେଖି ତା ଅଝଟ ପଣିଆ।।


ଆକାଶେ ଥାଏ ଅଶୁମାରୀ ଆଶାର ଲହରୀ

କଳାହାଣ୍ଡିଆ ମେଘ ଦେଖି ନୃତ୍ୟ କରେ ମୟୁରୀ

କବି ଲେଖେ କବିତା ଭାବନା ବିସ୍ତାରି

ଆକାଶ ତ ନିରାକାର ପ୍ରିୟ ଅଟେ ସବୁରି।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract