STORYMIRROR

Sarada Parida

Inspirational Others

3  

Sarada Parida

Inspirational Others

ଆକାଶ

ଆକାଶ

1 min
13.5K


ପୁଅରେ ଆକାଶ ଦେଖିଛୁ?

ଦେଖିଛୁ

ତାରା ମାନଙ୍କୁ ହସିବାର?

ଆକାଶର ଦୁଃଖ କେତେ..

ସୁଖ କେତେ...

କେବେ ଦେଖିଛୁ

ଆକାଶର ଆଖିରେ ଲୁହ?

ଗୁରୁ ଗମ୍ଭୀର ହେବାର ବର୍ଣ୍ଣ ତାର !

ବକ୍ଷରେ ଅୟୁତ ନକ୍ଷତ୍ର

ଅଗଣିତ ଚନ୍ଦ୍ରର ଜୋଛନା

ତଥାପି ଅସ୍ପଷ୍ଟ ସେ ଆକାଶ

ଥରେ ଆକାଶକୁ ଚାହଁ

ତାରାମାନଙ୍କୁ ହସିବାର ଦେଖିବୁ

ଦେଖିବୁ ସୌଦାମିନୀର ଔଦ୍ଧତ୍ୟ

ବାରିଦର କ୍ଷଣ ଭରା ଅଭିମାନ

ଆଲୋକକୁ ଜିଣି ଯିବାର

ଦୁର୍ବାର ଅଭିମାନ

ପୁଣି ଆଲୋକର ବିଜୟ

ତଥାପି ନିର୍ବିକାର ସେ ଆକାଶ

ଦୁଃଖ ନାହିଁ ସୁଖ ନାହିଁ

ପର ଅବା ଆପଣାର ନାହିଁ

ସେମିତି ଚାହିଁଛି ଚାହିଁଥିବ ନିର୍ଲିପ୍ତରେ

ତାର ନିର୍ବିକାର ଗମ୍ଭୀରତାର

ନୀଳିମାକୁ ଢାଙ୍କି ଦେଇ

ପୁଅରେ ଆକାଶକୁ ଦେଖିବୁ

ପାରିବୁ ତ କରିଦେବୁ

ଛାତିଟାକୁ

ଆଞ୍ଜୁଳାଏ ଆକାଶର ପ୍ରତିବିମ୍ବ

ଯେଉଁଠି ସବୁକିଛି ଏକାକାର ହେବ

ତେଣିକି କେହି ନଥିବେ

ଶତ୍ରୁ ମିତ୍ର ଅବା ପର ଆପଣାର…

 ସାରଦା


Rate this content
Log in

Similar oriya poem from Inspirational