ଆକାଶ
ଆକାଶ
ଆକାଶ
ତୁମେ ଯେବେ
ଝରକା ସେପାଖରେ
ଏକାକାର ହୁଅ
ଧରଣୀ ବୁକୁରେ
ଚତୁର୍ଦ୍ଦିଗ ଶୁନଶାନ୍
ଝରିପଡେ କାକର କୁହୁଡ଼ି
ତୋଫାନ !
ବେଡ୍ ରୁମରେ ମୁ
ଯୋଗ ମୁଦ୍ରାରେ ,
ଚୁପଚାପ୍ ଲକ୍ଷ୍ୟ କରେ
ତୁମ ପ୍ରଶସ୍ତ ଉଦାର ବୁକୁରେ
ଅସରନ୍ତି ଅକୁହା ଯନ୍ତ୍ରଣା
ଉର୍ଦ୍ଧାୟିତ ହୋଇ
ମିଶିଯାଏ ଏକ ବୃହତ୍ତମ
ସତ୍ୟତା ର ଆଲିଙ୍ଗନ ରେ.....
ନିଜ ଅସ୍ତିତ୍ଵ କୁ ମୁ
ପାଶୋରି ପକାଏ ,
ଆକାଶ ! ତୁମେ ନିତ୍ୟ
ଶାଶ୍ଵତ ଅବିନାଶୀ ମହାନ୍
