STORYMIRROR

Sisir Kumar Samal

Inspirational

3  

Sisir Kumar Samal

Inspirational

ଆକାଶ ପରି ଵାପା

ଆକାଶ ପରି ଵାପା

1 min
14K


ଆକାଶ ପରିକା ଵିଶାଳ ହୃଦୟେ
ସଦା କ୍ଷମା ଭରିଥାଏ,
ସାଗର ପରିକା ଅଥଳ ସ୍ନେହରେ
ସଦା ପ୍ରେମ ଝରୁଥାଏ।।
ଖରା ଵର୍ଷା ଶୀତ ଆମପାଇଁ ଛାତ
ନିଜେ ଦୁଖଃକଷ୍ଟ ସହି,
ବିପଦୁ ଆମକୁ ଉଦ୍ଧାର କରନ୍ତି
ପିତୃଦେଵ ଆମ ସେହି।।
କୁନିକୁନି ପାଦ ଛାତିରେ ରଖିସେ
ସଂସାରେ ଶିଖାନ୍ତି ଚାଲି,
ଦୁନିଆରେ ଆଜି ପରିଚିତ ଆମେ
ତାଙ୍କରି ସନ୍ତାନ ଵୋଲି ।।
ଆମପାଇଁ ନିଜ କଷ୍ଟକୁ ଭୁଲିସେ
ଆମକୁ ଦିଅନ୍ତି ହସ,
କଥାରେ ତାଙ୍କର ଭରି ରହିଥାଏ
ସଫଳତା ର ମନ୍ତ୍ର ।।
ସଵୁ ଦୁଃଖ କଷ୍ଟ ଏକା ଏକା ସହି
ଗଢନ୍ତି ସୁଖ ସଂସାର,
ତାଙ୍କ ପାଇଁ ହସେ ଏ ସୁନା ସଂସାର
ଵାନ୍ଧି ସ୍ନେହ ପ୍ରେମ ଡୋର ।।
ଦୁଃଖ ହରି ଆମ ସୁଖ ଭରିଛନ୍ତି
ସୁଝି ପାରିଵାନି ସେ ଋଣ,
ତାଙ୍କ ମୁଖେ ସଦା ହସ ଭରିଦେଵା
ଭୁଲିଵାନି ଏହି ପଣ।।


ଶିଶିର କୁମାର ସାମଲ,
ଯାଜପୁର
ମୋ - ୭୮୯୪୦୬୦୬୬୬
ଇ-ମେଲ୍ - sisirkumarsamal@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational