STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଆଜିର ନାରୀ

ଆଜିର ନାରୀ

1 min
125

ଆଜିର ନାରୀ

କିଏ କହେ ତାକୁ ମୁଖର ପ୍ରଖର

ସଂସ୍କାର ହୀନା ସେ ବୋଲି ବିଚାରି,

ନିନ୍ଦିତା ହେଲେ ବି ପରିବାର ମଧ୍ୟେ

ସଦା ଜାଗ୍ରତ ଓ ସଚେତନ ପ୍ରହରୀ। 


ଅସହ୍ୟ ହୁଏ

ଆଧୁନିକତାର ଜାକ ଜମକରେ

ଅଧା ଖୋଲା ଆଖି ଚମକି ଯାଏ,

ଲଜ୍ଜ୍ୟାର ସଂଜ୍ଞାରେ ନାରୀଟେ ଭୂଷିତ

ଗୋଡ଼ କାଢ଼ି ଦେଲେ ତା କୀର୍ତ୍ତି ଯାଏ। 


ନାରୀଟିଏ ଆଜି

ଘର କୋଣେ ବନ୍ଧା ନୁହେଁ ବନ୍ଦିନୀ

ପ୍ରତିଟି କ୍ଷେତ୍ରରେ ଅଭିଜ୍ଞା ସାଜି,

ପୁଅ ନଥିଲେ ବି ପରିବାର ଚଳେ

ଝିଅଟିଏ ଘର ସମ୍ଭାଳେ ଆଜି। 


କେତେ ଯେ ନିତି

ନିୟମ ସଞ୍ଜମ ତା ପାଇଁ ଲେଖା

ପୁରୁଷ ନିର୍ଦ୍ଦୋଷ କଲେ ଅନିତି,

ଧିକ ଏ ସଂକୀର୍ଣ୍ଣ ସଭ୍ୟ ସମାଜ

ନାକ ଟେକେ ଦେଖି ନାରୀ ପ୍ରଗତି। 


ଅବଶ୍ୟ ଏବେ

ପ୍ରଗତି ନାମରେ ବ୍ୟଭିଚାର ଚାଲେ

ବାଟ ହୁଡ଼ି କିଛି ମହିଳା ଯେବେ,

ଆଦରି ବସନ୍ତି କୁମାର୍ଗକୁ ଯେହ୍ନେ

ନାରୀ ଜାତିରେ ଲାଗେ କଳଙ୍କ ତେବେ। 


ତଥାପି ନାରୀ

ହାରିନାହିଁ ଚାଲେ ସଳଖ ପାଦେ

ପଛେ ଯାଉ ତା ଜୀବନ ଦୁଃଖରେ ଭରି,

ସଂସାର ସମାଜ ସଭିଙ୍କୁ ଆବୋରି

ଚାଲିଛି ଚାଲିବ ରଖି ତା ଶିରୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract