STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

ଆଜିର ନାରୀ ନୂଆ ରୂପରେ

ଆଜିର ନାରୀ ନୂଆ ରୂପରେ

1 min
334


 


ଆଜି ଆଉ ନାରୀ ଘରକୋଣେ ଲୁଚି

     ରହେନା ଅଵଗୁଣ୍ଠନେ,

ପରିବର୍ତ୍ତନର ସ୍ରୋତେ ଭାସିଚାଲେ

    ଭରି ନୂଆ ଆଶା ମନେ |

ପୁରୁଷ ପରି ସେ କରିପାରେ ସବୁ

    ଯେତେ ବଡ଼ କାମ ହେଉ,

ଦେଶ ପ୍ରେମେ ମଜ୍ଜି ସଇନିକ ସାଜି

    ଝରାଏ ଶତ୍ରୁର ଲହୁ |

କିଏ ଉଡିଲାଣି ଉଡ଼ାଜାହାଜରେ

    ସୁଦକ୍ଷ ଚାଳକ ହୋଇ,

କିଏ ରହିଲାଣି ମହାକାଶେ ଯାଇ

    ଗୁଢ ଗବେଷଣା ପାଇଁ |

ଯୁଦ୍ଧ ଜାହାଜକୁ ଚଳାଏ ସାଗରେ

    ହୋଇ ଶ୍ରେଷ୍ଠ ବୀରାଙ୍ଗନା,

ଇଉକ୍ରେନର ସେ ପ୍ରଥମ ନାବିକା 

    ଭାବେ ବିଶ୍ୱେ ହେଲେ ଗଣା |

ଆଜି ପ୍ରତି କ୍ଷେତ୍ରେ ପୁରୁଷ ସହିତ

    ମିଶି କାମ କରେ ନାରୀ,

ଚାଷ କ୍ଷେତ୍ର ଠାରୁ ନୌକରୀ ପର୍ଯ୍

ୟନ୍ତ

    ସବୁଠି ଅଛନ୍ତି ପୁରି |

ବିଶ୍ୱରେ ଅନେକ ଦେଶର ଶାସନ

     ଡୋରୀ ଆଜି ନାରୀ ହାତେ,

ସଂସାର ସମୃଦ୍ଧି ପାଇଁ କାର୍ଯ୍ୟରତା

     ସମର୍ପିତା ଜନହିତେ |

ପ୍ରମାଣିତ ଆଜି ନାରୀ ନୁହେଁ କେବେ

     ପୁରୁଷ ଠାରୁ ଦୁର୍ବଳ,

ବିଭୁଙ୍କ ସୃଷ୍ଟିରେ ସମାନ ଦୁହେଁ ତ

     ଭିନ୍ନ ରଙ୍ଗେ ଦୁଇ ଫୁଲ |

ଘରୁ ବାହାରି ସେ ସବୁକାମ କରି

     ଘରେ ଯେବେ ଫେରିଆସେ,

ପରିବାର କଥା ବୁଝେ ନିରନ୍ତର 

     ବାନ୍ଧି ଯତ୍ନେ ସ୍ନେହ ଫାସେ |

ତଥାପି ଆଜି ବି ନୁହେଁ ସୁରକ୍ଷିତା 

    ନାରୀ ଆମ ସମାଜରେ,

ନଷ୍ଟ ପୁରୁଷର ନିର୍ଯ୍ୟାତନା ଭୋଗେ

    ଆଖିରୁ ତା ଲୁହ ଝରେ |


 


Rate this content
Log in

Similar oriya poem from Inspirational