STORYMIRROR

Anil kumar Pradhan

Inspirational

4  

Anil kumar Pradhan

Inspirational

ଆଜିର ମଣିଷ

ଆଜିର ମଣିଷ

1 min
417

ଆଜିର ମଣିଷ ମୁଣ୍ଡରେ ବସିବ

ପାଇଲେ ଟିକିଏ ଫାଙ୍କା

ସ୍ୱାର୍ଥ ପାଇଁ ତାର ଭୁଲିସେ ସଭିଙ୍କୁ

ଟଙ୍କା ପାଇଁ ଦିଏ ଧକା ll

ସ୍ନେହ ଶ୍ରଦ୍ଧା ଯିଏ ଦିଅଇ ତାହାକୁ

ତା' ପାଇଁ ସେ ବଡ଼ କାଳ

ଘୃଣା ଭାବ ଦିଏ ପ୍ରତିବଦଳରେ

ଏହି ପରା କଳିକାଳ ll

ଭଲ କାମ କଲା ତା ପାଇଁ ଯେ ଲୋକ

ସେଇ ଯେ ଖରାପ ହେଲା

ପାପପୁଣ୍ୟ କଥା ବିଚାର ନକରି

ସମାଜେ ଇଜତ ନେଲା ll

ମଦ , ମାଂସ ଭଲ ମିଳିଗଲେ ତାଙ୍କୁ

ସ୍ୱର୍ଗ ପରି ଲାଗିଯାଏ

ନିଜକୁ ସେମାନେ ଇନ୍ଦ୍ର ବୋଲି ଭାବି

ଚାଲନ୍ତି ଆପଣା ଛାଏଁ ll

କଙ୍କଡ଼ା ବୃତ୍ତିକୁ ମୁଖ୍ୟକର୍ମ ଗଣି

ସୂର୍ଯ୍ୟ ଚନ୍ଦ୍ର ଆସେ ଯାଏ

ଶ୍ରେଷ୍ଠଜୀବ ହୋଇ ସଂସାର ମଧ୍ୟରେ

ରିତିନୀତି ବଦଳାଏ ll

ପ୍ରକୃତ ସନ୍ନ୍ୟାସୀ ପାଏଯେ ଗୋଇଠା

ପାପୀ ବାବା ପାଦତଳେ

ଆଜିର ମଣିଷ ବାଟ ବଣା ହୁଏ

ସତ୍ୟ ନାହିଁ କାଳିକାଳେ ll

ମାଆକୁ ଛାଡ଼ିଣ ମାଉସୀ କଥାରେ

କରିସବୁ ଯେତେ କାମ

ବାପାକୁ ଗୋଇଠା ଦାଦିକୁ ଆଦର

କି କର୍ମ କରେ ଅଧମ ?

ଆଜିର ମାନବ ଯେତେ କାମ କରେ

ମଣିଷର ବିପରୀତ

ଆଗକୁ ଭାବିଲେ ସଂସାରର କଥା

ଲାଗେ ବଡ଼ ଅଦଭୂତ ll

କାଲିକୁ ଭାବିଲେ ଆଜିର ମାନବ

ବିକାଶରେ ଅଛି ଯାଇ

କାମ ସବୁ ଯେତେ ପାଶୁଭଳି କରେ

ଆଜିର ମଣିଷ ଭାଈ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational