ଆଜିର ଅନୁଚିନ୍ତା
ଆଜିର ଅନୁଚିନ୍ତା


ସାକ୍ଷର ହେଲେ କରିବା ସ୍ବାକ୍ଷର
ଠକି ଯିବାନି ଏ ଖେଳ ସଂସାର ର
ସଭିଏଁ ପଢିବା ଲେଖିବା ଲକ୍ଷ
କେହି ରହିବାନି ହୋଇ ନିରକ୍ଷ
ଆମ ଦେଶ ସନ୍ତାନ ହେବା ବିଜ୍ଞ
ଲେଖି ପଢି ନ ଶିଖିଲେ ହେବା ଅଜ୍ଞ
ରାଜା ସିନା ପୂଜା ପାଏ ନିଜ ଦେଶରେ
ଜ୍ଞାନୀ ଗୁଣୀ ପୂଜା ପାଏ ସବୁ ସ୍ଥାନରେ
ସ୍ୱର୍ଗ ନର୍କ ଅବା ପାପ ପୂଣ୍ୟ ବିଚାର
ଲେଖି ପଢି ଶିଖିଲେ ଜାଣିବା ସତ୍ୱର
ରାମାୟଣ ମହାଭାରତ ଭାଗବତ ଗୀତା
ପଡିବା ନିରନ୍ତର ହେବାକୁ ଜଗତଜିତା
ସାକ୍ଷରତା ଦିବସର ମାର୍ମିକ ସଦଭାବନା
ସତ୍ୟ ସନାତନ ହେଉ ଆମ ଚିନ୍ତା ଚେତନା.