STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

1 min
334

ସାକ୍ଷର ହେଲେ କରିବା ସ୍ୱାକ୍ଷର 

ଠକି ଯିବାନି ଏ ଖେଳ ସଂସାରର 

ସଭିଏଁ ପଢିବା ଲେଖିବା ଲକ୍ଷ୍ୟ 

କେହି ରହିବାନି ହୋଇ ନିରକ୍ଷ 

ଆମ ଦେଶ ସନ୍ତାନ ହେବା ବିଜ୍ଞ

ଲେଖି ପଢି ନ ଶିଖିଲେ ହେବା ଅଜ୍ଞ

ରାଜା ସିନା ପୂଜା ପାଏ ନିଜ ଦେଶରେ 

ଜ୍ଞାନୀ ଗୁଣୀ ପୂଜା ପାଏ ସବୁ ସ୍ଥାନରେ 

ସ୍ୱର୍ଗ ନର୍କ ଅବା ପାପ ପୂଣ୍ୟ ବିଚାର 

ଲେଖି ପଢି ଶିଖିଲେ ଜାଣିବା ସତ୍ୱର 

ରାମାୟଣ ମହାଭାରତ ଭାଗବତ ଗୀତା 

ପଢିବା ନିରନ୍ତର ହେବାକୁ ଜଗତଜିତା 

ସାକ୍ଷରତା ଦିବସର ମାର୍ମିକ ସଦଭାବନା 

ସତ୍ୟ ସନାତନ ହେଉ ଆମ ଚିନ୍ତା ଚେତନା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational