Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract

3  

Jayashree Maharana

Abstract

ଆଜିକାଲି କାହିଁ ଭଲଲାଗେ ମୋତେ

ଆଜିକାଲି କାହିଁ ଭଲଲାଗେ ମୋତେ

1 min
242


ଆଜିକାଲି କାହିଁ ଭଲ ଲାଗେ

ବରଷାର ରିମ୍ ଝିମ୍ ଝଙ୍କାର

ଭିଜିବାକୁ ମନ ଟାଣିନିଏ ମୋତେ

ପାଦ ହୋଇଥାଏ ନୃତ୍ୟେ ବିଭୋର ।


ଆଜିକାଲି କାହିଁ ଭଲଲାଗେ ମୋତେ

କୋଇଲିର କୁହକୁହୁ ସଙ୍ଗୀତ

ଫଗୁଣ ରଙ୍ଗରେ ରଙ୍ଗୀନ ମନ ମୋ'

ନିତି ଖୋଜୁଅଛି ମଧୁ ବସନ୍ତ ।


ଆଜିକାଲି କାହିଁ ଭଲଲାଗେ ମୋତେ

ବନ ଉପବନେ ଫୁଲ ସମ୍ଭାର

ପବନେ ବିକ୍ଷିପ୍ତ ସୁଗନ୍ଧ ମୋହୁଛି

ତା'ସାଥେ ବିତୁଛି ଦିନ ମୋହର ।


ଆଜିକାଲି କାହିଁ ଭଲ ଲାଗେ ମୋତେ

ସାଗରର ନୀଳ ନୀଳ ଲହରୀ

ବେଳାତଟେ ବସି  ବାଲିଘରଟିଏ

ଗଢିବାକୁ ଇଚ୍ଛା ଦିବା ଶର୍ବରୀ ।


ଆଜିକାଲି କାହିଁ ଭଲ ଲାଗେ ମୋତେ

ପୁନେଇଁ ଜହ୍ନର ସ୍ନିଗ୍ଧ ଜୋଛନା

ନିର୍ଜନ ରାତିରେ ମନ ଆକାଶରେ

ଉଙ୍କିମାରୁଥାଏ କେତେ ଭାବନା ।


ଆଜିକାଲି କାହିଁ ଭଲଲାଗେ ମୋତେ

ଗପିବାକୁ ତୁମ ସାଥେ ଅନେକ

ଆଖିରେ ଆଖିଏ ସପନ ସଜେଇ

ଦେଖୁଥାଏ ତୁମ ମିଠା ଝଲକ ।



Rate this content
Log in

Similar oriya poem from Abstract