STORYMIRROR

Niranjan Sahu

Comedy

3  

Niranjan Sahu

Comedy

ଆଜିକାଲି ଛୁଆ ବଡ଼ ଅମାନିଆଁ

ଆଜିକାଲି ଛୁଆ ବଡ଼ ଅମାନିଆଁ

1 min
21

ଆଜି କାଲି ଛୁଆ ବଡ଼ ଅମାନିଆଁ     

    କାହା କଥା ଶୁଣୁନାହାନ୍ତି     

ମୂଷା ଲାଞ୍ଜ ଭଳି ଚୁଟି ଗଣ୍ଡେ ରଖି

    ନିଜକୁ ହିରୋ ଭାବନ୍ତି


ଓଜନ କରିଲେ ଦଶ କେଜି ହେବେ

    ନିଜକୁ ଭାବନ୍ତି ବଳୁଆ

ବାଇକି ଗୋଟିଏ ହାତେ ପଡିଗଲେ

    ଚଲାନ୍ତି ପବନ ଭଳିଆ


ପାଠ ପଢ଼ା ସବୁ ଚୁଲିକି ଗଲାଣି

    ନିଜକୁ ଭାବନ୍ତି ଜ୍ଞାନୀ

ଗୁରୁଜନ ସଙ୍ଗେ ଯୁକ୍ତି କରୁଥାନ୍ତି

    ସତେ ଅବା ମହାଜ୍ଞାନୀ


ଗୋଟିଏ ହାତରେ ରବରର ବଳା

     ଦିଶୁଥାଏ ଚୁଡି ଭଳିଆ

ଗୋଟିଏ କାନରେ କାନଫୁଲ ଥାଏ

     ଚୁଟି ଥାଏ କେରେକେରିଆ


ଅଣ୍ଟାର ତଳକୁ ପେଣ୍ଟକୁ ପିନ୍ଧି

    ଚାଲୁଥାନ୍ତି ଘୋଡା ଭଳିଆ

ପେଣ୍ଟ ସିଟଟା ଆଣ୍ଠୁ ଯାଏଁ ଥାଏ

     ଦିଶୁଥାଏ ଢଳଢଳିଆ


କାମଦାମ କିଛି ନଥାଏ ତାଙ୍କର

     ସର୍ବଦା ବ୍ୟସ୍ତ ରୁହନ୍ତି

ଗାଡି ଖଣ୍ଡେ ଧରି ଛକରୁ ଛକକୁ

     ଫଟକାର ଭଳି ବୁଲନ୍ତି


ବାପାଙ୍କ ପଇସା ଉଡେଇଦିଅନ୍ତି

     ପାଠକୁ ପଛରେ ପକାଇ

ସମୟ ସରିଲେ ବେଳ ବୁଡ଼ିଗଲେ

      କହନ୍ତି ଭାଗ୍ୟରେ ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy