STORYMIRROR

Surjyakanta Dash

Romance Others

3  

Surjyakanta Dash

Romance Others

ଆଜିବି ଝରୁଛି ବର୍ଷା ରାଣୀର ଆଖିରୁ ଲୋତକ ଧାର

ଆଜିବି ଝରୁଛି ବର୍ଷା ରାଣୀର ଆଖିରୁ ଲୋତକ ଧାର

1 min
357


ଭିଜୁଛି ଆଜି ମୁଁ ଏକା ଏକା ଏଠି

ମୁକ୍ତ ରାସ୍ତାର ଧାରେ

ସେଦିନ ତ ତୁମେ ସାଥେ ଥିଲା ମୋର

ଭିଜିବାକୁ ମୋର ପଥେ ।୧।


ବର୍ଷୁ ଥିଲା ବର୍ଷା ରିମ୍ ଝିମ୍ ହୋଇ

ଭିଜଉ ଥିଲା ଆମ ଅଙ୍ଗ

ମନକୁ ଭିଜାଇ ଦେହକୁ ତତାଇ

ଭରୁଥିଲା ପ୍ରେମର ତରଙ୍ଗ ।୨।


ଚନ୍ଦ୍ରଭାନୁ ତୁମେ ଅତିବ ସୁନ୍ଦରି

ଖୋଲି କହିଥିଲ ମନ କଥା

ଭଲ ପାଅ ବୋଲି ଦେହକୁ ତତେଇ

କନ୍ଧେ ରଖିଦେଲ ମଥା ।୩।


ଛମ୍ ଛନ୍ ହୋଇ ନାଚିଥିଲା ମନ

ବର୍ଷାର ତାଳେ ତାଳେ

ସେହିଦିନ ଠାରୁ ବଞ୍ଚେଇ ପ୍ରେମକୁ

ପାଣି ଦେଉଥିଲ୍ ମୂଳେ ।୪।


ତୁମେ ଜଣେ ପୁଣି ଧନିଷ୍ଠ ପିତାର

ଏକମାତ୍ର ଅଲିଅଳି କନ୍ୟା

ଭାବି ମୁଁ ନଥିଲି ଛାଡ଼ି ଚାଲିଯିବ

ମୋ ଆଖିରୁ ବୁହାଇ ବନ୍ୟା ।୫।


ଆଜିବି ବଞ୍ଚୁଛି ଏକା ଏକା ମୁହିଁ

ତୁମ ପ୍ରେମ ସଂଜ୍ଞା କୁ ନେଇ

ଆଜିବି ଭିଜୁଛି ପ୍ରଥମ ବର୍ଷାରେ

ତୁମ ପ୍ରେମକୁ ମନେ ପକାଇ ।୬।


କାହିଁ ତୁମେ ରାଣୀ ମୁଁ ଚନ୍ଦ୍ର କାଣି

ପାଇବି କି ତୁମକୁ ଏ ଜନ୍ମରେ

ବାମନ ହୋଇ ମୁଁ ଧରିଲି ଚାନ୍ଦକୁ

ଲାଗିଗଲା ନିଆଁ ମୋ ଦେହରେ ।୭।


ଆଜିବି ଝରୁଛି ବର୍ଷା ରାଣୀର

ଆଖିରୁ ଲୋତକ ଧାର

ଭିଯଉଛି ଆସି ମୋ ଅଗଣାକୁ

ମନେ ପକାଇ ତୁମ ସ୍ୱର ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance