STORYMIRROR

Henarani Senapati

Romance Inspirational

3  

Henarani Senapati

Romance Inspirational

ଆଜି ତୁମ ଜନ୍ମଦିନ

ଆଜି ତୁମ ଜନ୍ମଦିନ

1 min
246


ଚନ୍ଦ୍ରବଦନି ଗୋ ମଧୁରହାସିନୀ 

ଆଜି ତୁମ ଜନ୍ମଦିନ ।

ସତ୍ୟନାରାୟଣ ଆଶିଷ ଢାଳନ୍ତୁ

ଖୁସିରେ ବିତୁ ଗୋ ଦିନ ।।


ଭଉଣୀ ମୋର ତୁ ମୋ ନେତ୍ର ଭାଷାକୁ 

ନିର୍ଭୁଲେ ବୁଝୁଛ କ୍ଷଣେ ।

ହୃଦ ଗହ୍ୱରରୁ ଭଲପାଅ ବୋଲି 

ଜାଣୁଛି ମୁଁ ନିରୀକ୍ଷଣେ ।।


ପଢିଦିଅ ତୁମେ ମନର ଭାଷାକୁ 

ତନ୍ନ ତନ୍ନ କରି ଦେଖି ।

କାହା ପେଟ ଅଧା କରାଅ ନାହିଁ ଗୋ

ପେଟକୁ ଦିଅ ପରଖି ।।


ସତରେ ସୁନ୍ଦରୀ ପ୍ରୀତି ବରଷଣି 

 ଭୂମିର କୋଳ ମଣ୍ଡନୀ ।

ଚାରୁ ହାସିନୀ ଗୋ ମନ ସରୋବରେ 

ପଙ୍କଜିନୀ ପ୍ରଣୟିନୀ ।।


ସବୁରି ଶୁଭେଚ୍ଛା ପ୍ରଣାମ ନିଅ ଗୋ 

ମମତାର ଗନ୍ତାଘର ।

ନାତୀ ନାତୁଣୀଙ୍କୁ କେକ୍ ଖୁଆଇ

ସମସ୍ତଙ୍କୁ ଖୁସି କର ।।


ଭଗବାନଙ୍କୁତ ତୁମରି ପାଇଁ କି

ଡାକେ ମୁହିଁ ଦିବା ନିଶି ।

ନିରୋଗ ରଖନ୍ତୁ ମନ ନ ଭାଙ୍ଗନ୍ତୁ  

ଦିଅନ୍ତୁ ବହୁତ ଖୁସି ।।


ସତ୍ୟନାରାୟଣ ଆଶିଷ ଢାଳିବେ 

ଜଗନ୍ନାଥ ଦେବେ ସତ୍ୟ ।

ମହାଦେବ ଦେବେ ନିରୋଗର ପଥ

ଲକ୍ଷ୍ମୀ ମାଆ ଦେବେ ଭାତ ।।


ପିଲା ଛୁଆ ନେଇ ଖୁସିରେ ରହ ତୁ 

ନାତୀ ନାତୁଣୀଙ୍କ ମେଳେ ।

ଆଶୀର୍ବାଦ ହାତ ତୋ ମୁଣ୍ଡେ ରହିଲା 

ଭଗବାନ ଦେବେ ବଳ ।।



Rate this content
Log in

Similar oriya poem from Romance