STORYMIRROR

Kalyani Nanda

Tragedy

2  

Kalyani Nanda

Tragedy

ଆଜି ସରଗରେ

ଆଜି ସରଗରେ

1 min
13.4K


ଆଜି ସରଗରେ

ଗଗନ ନାୟକ...ମୋ ଭାଇନା

ମୋ ମନସ୍ୱିନୀ ନାନୀର

ସୁ ନହଟ, ବାଲେଶ୍ଵର।

ଉଦ୍ଦେଶ୍ୟରେ....


ଛଖଣ୍ଡି ବାଉଁଶ ସବାରିରେ ଭାଇନା

ତୁମେ ଚାଲି ଗଲ

ମୁଁ....ଦେଖିଲି....

କିଛି ତ ନେଲନି....

ଖଣ୍ଡେ ଧଳା ଲୁଗା,କିଛି ଫୁଲ ମାଳ

ଆଉ କିଛି ଧଳା ଫୁଲ ନେଲ ।।

ଗଲାବେଳେ ତୁମପାଖେ ଆତ୍ମୀୟ

ଗୀତା ପଢୁଥିଲେ

ଜ୍ଞାତି ପରିଜନ ସବୁ ହରିବୋଲ ଧ୍ଵନି ଦେଲେ

ତୁମକୁ କାନ୍ଧରେ ରଖି ରାମ ନାଁ ସତ୍ୟ ହେ

ତୁମ ଯିବା ଧାରେ ବୋଲୁଥିଲେ

ସାଙ୍ଗରେ ଖଇ କଉଡ଼ି କିଛି କିଛି ବୁଣିଲେ ।।


1986 ମସିହାରୁ ତୁମେ ମୋତେ ଜାଣିଥିଲ

ଗୋଡ ତଳେ ପ୍ରଣ ମିଲେ ତୁମ ଦୁଇ ହାତ

ମୋ ମଥାରେ ରଖୁ ଥିଲ ।।

କହୁଥିଲ କଲ୍ୟାଣୀ....

ତୁମେ ଥାଅ ଭଲରେ

ହାରିବୁନି, ଥକୀବୁ ନି ତୁମକୁ

ଜଗନ୍ନାଥ ସାହା ହେବେରେ। ।।


ଆଜିଠାରୁ ସେହି ମନ ସେହି ହାତ

ଦୁନିଆଁ ହାଟରେ ହଜିଗଲା

ଅସହାୟକୁ ମୋ ସାହାୟ ହାତ

ସବୁଦିନ ଦଇ ବତ। ନେଲା। ।।


ତୁମ ଶରଧା ଆଶୀର୍ବାଦ ମୋ ପାଇଁ

ହୋଇଲା ସପ ନ

ତୁମ କଥା ଭାବି କାନ୍ଦେ କଲ୍ୟାଣୀ ର ମନ ।।


ମନେ ପଡିଗଲା ନାନୀ ଏହି ଗୀତାର ବାଣୀ

ନୈନଂ ଛିନ୍ଦନ୍ତି ଶସ୍ତ୍।ଣି ନୈନଂ ଦହତି ପାବକ

ନ ଚୈନଂ କ୍ଲେଦୟନ୍ତାପ ନ ଶୋଷୟତି ମାରୁତଃ

ଆଖିରୁ ପୋଛିଲି ଲୁହ

ତୁମକୁ....

ତୁମ ଆତ୍ମା ତ ଅଜୟ ଅକ୍ଷୟ

ତୁମକୁ କେହି ପୋଡି ପାରିବିବେନି ଜାଣି ।।


ଆଶୀର୍ବାଦ। କରୁଥିବ ଥାଇ ସରଗରେ

ପ୍ରଣାମ କରୁଅଛି ତୁମରି ପାଦରେ ।।

****

କଲ୍ୟାଣୀ ନନ୍ଦ

ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy