ଆଜି ଶ୍ରୀ ଗଣେଶ ପୂଜା
ଆଜି ଶ୍ରୀ ଗଣେଶ ପୂଜା
ଆଜି ଶ୍ରୀ ଗଣେଶ ପୂଜା ଆଜି
ଆଜି ବିନାୟକ ଚତୁର୍ଥୀ ଆଜି,
ଆସ ସମସ୍ତେ ମୋ ଭଉଣୀ ଭାଇ
ପୂଜିବା ଗଣେଶଙ୍କୁ ଭଜିଭଜି l(0)
ପାଳନ କରୁଛେ ଦେଶବାସୀ
ପ୍ରତି ବାର ମାସରେ ଆମେ ଥରେ,
ଗଣେଶଙ୍କ ଜନମ ଦିନ ଭାବରେ
ଭାଦ୍ରବ ମାସର ଯେ ଚତୁର୍ଥୀରେ l
ବିଦ୍ୟାଦାତାଙ୍କୁ ବିଦ୍ୟା ଯେ ମାଗିବା
ଭକ୍ତିରେ ଆମ୍ଭେମାନେ ତାଙ୍କୁ ପୂଜି ,
ଆଜି ...........
ଯେତେ କଷ୍ଟ ହେଲେ ହେଉ ପଛକେ
ସଭିଏଁ ଉପବାସ ଯେ ରହିବା,
ନିଘା, ନିଷ୍ଠା ଭାବେ ତାଙ୍କୁ ପୂଜିଲେ
ନିଶ୍ଚୟ ଆମେରେ ବର ପାଇବା l
ମୂର୍ଖତାରୁ ତ୍ରାହି କରି ହେ ପ୍ରଭୁ
କର ଆମକୁ ଜ୍ଞାନୀ ତୁମେ ଆଜି l
ଆଜି ...........
