STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ଆଜି ବି ସେତିକି ପାଏ ଭଲ

ଆଜି ବି ସେତିକି ପାଏ ଭଲ

1 min
228


କାଲି ତୁମକୁ ଯେତିକି ପାଉଥିଲି ଭଲ

ଆଜି ବି ସେତିକି ପାଏ ଭଲ

ଭୁଲି ନାହିଁ କି ଭୁଲିବି ନାହିଁ କେବେ

ମୋ ମନ ହୃଦୟରେ ଅଛ ପରା ତୁମେ

ଆମ ମନ ଦୁଇଟି ବନ୍ଧା ହୋଇଛି ପ୍ରେମେ

ଭଲ ପାଇବାଟା ନୁହେଁ ଏମିତି

ସକାଳର କୁହୁଡି଼ ପରି କ୍ଷଣସ୍ଥାୟୀ

ନିମିଷକେ ଆସି ଉଭେଇ ଯିବ

ଅବା ନୁହେଁ ଅଦିନିଆଁ ଅସରାଏ ବର୍ଷା

ସଞ୍ଜରେ ବରଷି ରାତିକୁ ନ ଥିବ

ଭଲ ପାଇବା ଜୀବନ ପ୍ରବାହର ବେଗ

ଗତି ତାର ଅବାଧ ଅପରିମେୟ

ପଚାରଲେ ଉତ୍ତର ଦେବ ତୁମ ହୃଦୟ

ତୁମ ଦାନ ମୋ ପ୍ରତିଦାନ

ତୁମ ଅବଦାନ ମୋ ଅନୁଦାନ

ଏ ଭଲ ପାଇବାଟା ଈଶ୍ବରଙ୍କ ବରଦାନ

କାଲି ତୁମକୁ ଯେତିକି ପାଉଥିଲି ଭଲ

ଆଜି ବି ସେତିକି ପାଏ ଭଲ

ଯେଉଁଠି ଥାଏ ଛଳନା କି ପ୍ରତାରଣା

ସେଠି ନ ଥାଏ ପ୍ରକୃତ ଭଲ ପାଇବା 

ଯେ ଆସେ ଅନୁପ୍ରବେଶକାରୀ ପରି ଛପି

ଏକା ଏକା ଲୁଚି ଅନ୍ଧାରର ଅପଥରେ

ଜାଣିଥାଅ ସେ ନିଶ୍ଚୟ ଜଣେ ପଳାୟନପନ୍ଥି

ତା'ଠାରେ କି ପ୍ରେମ ଅଛି ଯେ

ହୃଦୟ ତାକୁ ସାଇତି ରଖିବ ସ୍ମୃତିରେ ଗୁନ୍ଥି 

ସେ ଆସିଥାଏ ସ୍ବାର୍ଥରେ ଆକର୍ଷିତ ହୋଇ 

କିଟ ପତଙ୍ଗ କି ଜୀବଜନ୍ତୁ ପରି

ମଣିଷ ପଣିଆଁ ନ ଥାଏ ତା' ପାଖରେ

ଏମିତି କିଛି ଆବିଳତା ତ ନାହିଁ ଆମ ଠାରେ

ଦିବାଲୋକ ପରି ସତ୍ୟ ଆମ ପ୍ରେମ 

ମାୟାର ବାଦଲ ଢାଙ୍କି ରଖି ପାରିବନି

ଶାଶ୍ବତ ଚିରନ୍ତନ ଆମ ପ୍ରେମର ପ୍ରକାଶ

ହେବନାହିଁ କି ହୁଏନାହିଁ କେବେ ତାର ବିନାଶ

କାଲି ତୁମକୁ ସେତିକି ପାଉଥିଲି ଭଲ

ଆଜି ବି ସେତିକି ପାଏ ଭଲ।

   


Rate this content
Log in

Similar oriya poem from Romance