STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଆଜାଦ ହିନ୍ଦର ମହାଯୋଦ୍ଧା ତୁମେ

ଆଜାଦ ହିନ୍ଦର ମହାଯୋଦ୍ଧା ତୁମେ

1 min
298



ଓଡ଼ିଶା ମାଟିର ପୁଣ୍ୟ ପରଶେ

ଜନମ ଲଭିଲ ନେତାଜୀ ହେ ତୁମେ

କଟକ ସହର ଓଡ଼ିଆ ବଜାର

ତୁମ ସ୍ମୃତି ଗାଥା କହୁଛି କାନେ l


ବାଲ୍ୟ କାଳୁ ତୁମେ ତୁଳସୀ ପରାଏ

ବାସୁ ଥିଲ ପରା ମଳୟ ଛୁଇଁ

ସୌରଭ ତୁମର ବିଛୁରିତ ହେଲା

ମନ୍ତ୍ର ମୁଗ୍ଧ୍ୱେ ଧରା ରହିଲା ଚାହିଁ l


ପରାଧୀନତାର ଲୌହ ଶିକୁଳିରୁ

ଭାରତ ମାତାର ମୁକତି ପାଇଁ

କେତେ ଝଡ଼ ଝଞ୍ଜା ସହିଛ ଜୀବନେ

ବୀର ପୁତ୍ର ତୁମେ ରହିଲ କାହିଁ l


ଅଗ୍ନି ବର୍ଷି ତୁମ ନେତୃତ୍ୱ ଆହ୍ୱାନ

ଉନ୍ମାଦ କରେ ଯୁବକ ପ୍ରାଣ

ଦେଶ ଜାତି ପାଇଁ ଆତ୍ମବଳି ଦେଇ

ସ୍ୱାଧୀନତା ପାଇଁ କରିଲ ପଣ l


ଆଜାଦ ହିନ୍ଦ ର ମହା ଯୋଦ୍ଧା ତୁମେ

ଫୌଜ ଗଢ଼ିଲ ଯୁଦ୍ଧ ବନ୍ଦୀ

ଆଗେଇ ଚାଲିଲ ଦର୍ପରେ ତୁମେ

ଫୌଜୀ ହାତରେ ହାତକୁ ଛନ୍ଦି l 


ନେତାଙ୍କର ନେତା ନେତାଜୀ ହେ ତୁମେ

ଏ ମାଟି ମାଆର ସମ୍ମାନ ପାଇଁ

ଶତ୍ରୁ ଶିବିରେ ଚମକ ଖେଳାଇ

ଆନ୍ତର୍ଦ୍ଧାନ ତୁମେ ହୋଇଲ କାହିଁ l 


ତୁମ ବିରହରେ ଝୁରୁଛି ଏ ଦେଶ

ଝୁରୁଛି ତୁମକୁ ଭାରତ ମାତା

ସୁଭାଷ ହେ ତୁମେ ତୁମ ସୁବାସରେ

ମାଆ ମାଟି ହେଉ ଜଗତ ଜିତା l 


Rate this content
Log in

Similar oriya poem from Inspirational