Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ଅରୁନ୍ଧତୀ ଜେନା

Inspirational Others

4.3  

ଅରୁନ୍ଧତୀ ଜେନା

Inspirational Others

ଆଇନା

ଆଇନା

2 mins
52


            

ମଣିଷର ଆବଶ୍ୟକତା ଅନୁସାରେ ତା'ରରୂପ,ରଙ୍ଗ, ବ୍ୟବହାର ଏବଂ କଥା କହିବାର ଶୈଳୀ ମଧ୍ୟ ବଦଳିଯାଏ। ଆବଶ୍ୟକତାର ଅନ୍ତରେ ଅତି ଆବଶ୍ୟକ ଜିନିଷ ବି ତା'ର ଅଲୋଡା ହୋଇପଡେ। ଯେହେତୁ ସମାଜ ପରିବର୍ତ୍ତନଶୀଳ ଏବଂ ମଣିଷ ସାମାଜିକ ପ୍ରାଣୀ ହିସାବରେ ପରିବର୍ତ୍ତନ ହେବା ସ୍ୱାଭାବିକ ଅଟେ। ଆବଶ୍ୟକତା ଆଉ ଅନାବଶ୍ୟକତାର ଶେଷ କେବଳ ମଣିଷର ମରିବାରେ ହିଁ ଶେଷ ହେବ।

     ******

ମଣିଷର ଆବଶ୍ୟକତା ଅନୁସାରେ

                       ମଣିଷର ବ୍ୟବହାର ବି ବଦଳିଯାଏ,

ଯେଉଁ ସୂର୍ଯ୍ୟର ତାପ ଶୀତଦିନେ ପ୍ରଶଂସାର ପାତ୍ର

                       ଗ୍ରୀଷ୍ମଋତୁରେ ତା'ର କଡା ନିନ୍ଦା ହୁଏ।

ମଣିଷର ଆବଶ୍ୟକତା ଅନୁସାରେ........(୨) ।


ସିନ୍ଦୁରା ଫାଟିଲେ ପ୍ରସ୍ଫୁଟିତ କୁସୁମସବୁକୁ

                         ଅତିଶ୍ରଦ୍ଧାର ସହ ତୋଳି ନିଆଯାଏ,

ଆଉ ସୂର୍ଯ୍ୟାସ୍ତର ଆଗମନରେ ବାସହୀନ କହି

                        ତାକୁ ଅନତି ଦୂରକୁ ଫିଙ୍ଗି ଦିଆଯାଏ।

ମଣିଷର ଆବଶ୍ୟକତା ଅନୁସାରେ.…....(୨) ।


ଶୈଶବ ଅବସ୍ଥାରେ ମୋ ବାପା, ମୋ ମା' କହି

                    ଭାଇ ଭଉଣୀଙ୍କ ସହ ନିତି ଲଢୁଥାଏ,

ଆଉ ବାପା, ମା' ଙ୍କ ବୃଦ୍ଧାସ୍ଥ   ଆସିଲେ

          ତାଙ୍କ ଖାଇବା, ପିଇବା,ରହିବାକୁ ବାଣ୍ଟି ଦିଆହୁଏ।

ମଣିଷର ଆବଶ୍ୟକତା ଅନୁସାରେ.........(୨) ।


ଏଠି ଆବଶ୍ୟକତା ଅନୁସାରେ

                 ମଣିଷରରୂପ,ରଙ୍ଗ ବି ବଦଳିଯାଏ,

ନିଜର ଲୋକ ସାତପର ଆଉ

                  ସାତପର ଲୋକ ଅତି ନିଜର ବୋଲାଏ।

ମଣିଷର ଆବଶ୍ୟକତା ଅନୁସାରେ..........(୨) ।


ଏଠି ମଣିଷର ଆବଶ୍ୟକତାରେ

                     ଅନାୟସରେ ପୁଷ୍ପ ବୃଷ୍ଟି ହୁଏ,

ଆଉ ଆବଶ୍ୟକତା ପୁରିଗଲେ

                    ରାସ୍ତାରେ କଣ୍ଟା ସେ ବିଛାଏ।

ମଣିଷର ଆବଶ୍ୟକତା ଅନୁସାରେ........(୨) ।


ଆବଶ୍ୟକତା ଆଉ ପରିସ୍ଥିତିକୁ ନେଇ

                     ମଣିଷ ମିଷ୍ଟଭାଷୀ ହୋଇଥାଏ,

ପରିସ୍ଥିତି ସୁଧୁରି ଯିବାର ଦେଖିଲେ

                     ସେ ପୁଣି କଟୁଭାଷୀ ହୋଇଯାଏ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।


ମଣିଷର ଆବଶ୍ୟକତାରେ ବୈଶାଖର ଝାଞ୍ଜି ବି

                        ଶୀତଦିନେ ମନକୁ ଆରାମ ଦିଏ,

ଠିକ୍ ସେହିପରି ଆବଶ୍ୟକତାର ଅନ୍ତରେ

                      ବୈଶାଖର ଝାଞ୍ଜି ଭାରି ମନକୁ ଜଳାଏ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।


ଅତୀତରେ ଯଦି ମିଠା ସ୍ମୃତି  ଥାଏ

                ଏ ମନ ତାକୁ ସାଉଁଟିବାକୁ ବାରବାର ଚାହେଁ,

ନ ହେଲେ ଅତୀତ ହିଁ ଅତୀତ ଏହା କହି

                     ସେ ତା ମନକୁ ବୁଝାଏ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।


କାହାଠୁ କିଛି ପାଇବାର ଥିଲେ ଏ ମନ

                        ତାକୁ ବାରମ୍ବାର ଲୋଡୁଥାଏ,

ନହେଲେ ଅଲୋଡା ଆଉ ଅଦରକାରୀ କହି

                         ତାକୁ ନିଜ ଠୁ ଦୂରାଏ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।


ଆବଶ୍ୟକତା ଅନୁସାରେ ଆସ କହି

                    ହୃଦୟରେ ଜାଗା ମିଳିଥାଏ,

ସବୁ ସୁଖ ଆଉ ଖୁସି ସରିଗଲା ପରେ

                   ମଣିଷ ପୁଣି ଏକା ହେଇଯାଏ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।


ପ୍ରାପ୍ତି ଆଉ ଅପ୍ରାପ୍ତିର ଦୋଛକିରାସ୍ତାରେ

                      ମଣିଷ ଆଜି ଏକୁଟିଆ ଅଛି,

ଆବଶ୍ୟକତା ଆଉ ଅନାବଶ୍ୟକତାର

                         ଲୁଚକାଳି ଖେଳ ଚାଲିଛି।


ଲୁଚକାଳିର ସେ ଷଡ଼ଯନ୍ତ୍ରରେ ଆଵଶ୍ୟକତା

                          ଅବଶ୍ୟ ବିଜୟ ହାସଲ କରିବ,

ଅହରହ ଧାଇଁ ଧାଇଁ ମଣିଷ ଅଣନିଶ୍ୱାସୀ

                            ଆଉ ନିଶ୍ଚଳ ହୋଇଵ।


ନିଶ୍ଚଳ ହେଲେ ତା'ର

                   ଶରୀରର ଅବସାନ ଘଟିବ,

ଯେଉଁଠି ତା'ର ସୃଷ୍ଟି 

                  ସେଇଠି ହିଁ ତା'ର ବିଲୟ ହେବ।

ମଣିଷର ଆବଶ୍ୟକତା ଅନୁସାରେ.....(୨) ।

                                

                   


Rate this content
Log in

Similar oriya poem from Inspirational