ଆଈଙ୍କ ସ୍କୁଟି
ଆଈଙ୍କ ସ୍କୁଟି
ବାହା ଘର ଦିନ ଅଜା ଦେଇଥିଲେ
ଆଈଙ୍କୁ ଖଣ୍ଡିଏ ସ୍କୁଟି
ସଜାଇ ହୋଇକି ବୁଲିବେ ବୋଲି ସେ
ସରିଲା ପରେ ଡିଉଟି ।
ବୁଲୁଥିଲେ ଆଈ ଅଜା ସାଥେ ମିଶି
ଖରାପ ହେଲେ ବୁଲେଟ
ସହର ଲୋକ ତ ଈର୍ଷା କରୁଥିଲେ
ଚାହୁଁ ଥିଲେ ମଟମଟ ।
ଲିପିଷ୍ଟିକ ବୋଳା ଆଈଙ୍କ ଓଠରୁ
ପଡୁଥିଲା ହସ ଝରି
ସ୍କୁଟିର ଇସ୍ପିଡି ବଢ଼ି ଯାଉଥିଲା
ବୁଲେଟ ସାଥିରେ ଲଢି ।
ପୋଲିସ୍ ମାମୁଁର ବ୍ୟବହାର ଦେଖି
ଆଖିରୁ ଖରିଲା ପାଣି।
ଫୋଓନ କରିଲେ ଅଜାଙ୍କ ପାଖକୁ
ଦିଅ ହେ ପଇସା ଆଣି
ଅଜବ ନିୟମ ଗଜବ ସର୍କାର
ଆଈ ହୋଇଗଲେ କାବା
ଗଣିଲେ ଚାଲାଣ ଆଖିବୁଝି ଦେଲେ
ଡାକିଲେ ରଖହେ ବାବା ।
