Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

ଆହତ

ଆହତ

1 min
267



ପ୍ରେମାଗ୍ନି ରେ ଅହନିଶି ଜଳୁଛି ମନ ଓ ଶରୀର

ଭାସି ଆସୁଥିବା ପ୍ରତ୍ୟେକ ଶବ୍ଦ,ସତେ କି ତୁମର

ମୋ ମନ ଓ ହୃଦୟରେ ତୁମ ଛବି ,କେବଳ ତୁମର

ତୁମ ନାମ ନିତି ଜପାମାଳି ମୋ ହୃଦୟ- ଯୋଗୀର ।


ଅପେକ୍ଷାରତ ମନ,ନିଜେ ଷୋଳ ଶୃଙ୍ଗାର ବେଶରେ

ହୃଦୟେ ମିଳନର ଆଶା ବାନ୍ଧି ଅଛି ନୀରବରେ

ଚାହିଁ ରହିଛି ତୁମର ସେ ପଥ ଅପଲକ ନୟନରେ

ଧୈର୍ଯ୍ୟ ସମୟ ଅତିକ୍ରାନ୍ତ ହେଲାଣି ହୃଦୟ ଭିତରେ ।


ଏ ମୁହୂର୍ତ୍ତେ ବିବ୍ରତ ହୃଦୟ ଖୋଜୁଛି ତୁମରି ପରଶ

 ଆସ ପ୍ରିୟେ,ବିଳମ୍ବ ଖବର ଜାଣି ହେଉଛି ନିରାଶ

ଏକାଗ୍ରତା ସହିତ ତୁମ ଆସିବା ପଥକୁ ଚାହିଁ ରହିଛି

ଅନ୍ୟ କାମ କଥା ଚିନ୍ତା ସବୁ ନିହାତି ଭୁଲି ଯାଇଛି ।


ବିରହ ନିଆଁ ର ଉତ୍ତାପ-ମାତ୍ରା ଥିଲା ନିଜକୁ ଅଜଣା

ନିଜ ବିଷୟରେ ବି ଅବଗତ ନ ଥିଲି,ହେଉଛି ଜଣା

ମୁର୍ଖ ପରି ମୋ ଭାବନା ରେ ଥିଲା ସବୁ ଅନାବନା

ତୁମ ପ୍ରତି ଧ୍ୟାନ ନ ଦେବାର ପରିଣାମ ଏ ଯାତନା ।


ଯନ୍ତ୍ରଣା ର ଉପଶମ ଏବେ ତୁମରି ହାତ ମୁଠାରେ

ବିରତି ନ ଥାଇ ବଢୁଛି ଯନ୍ତ୍ରଣା ହୃଦୟ ଭିତରେ

ଜୀବନର ଯାତ୍ରା ଆରମ୍ଭ ହେଉ ତୁମ ସଂସ୍ପର୍ଶରେ

ମୋ ଜୀବନ ନୌକାର କର୍ଣ୍ଣଧାର ହୁଅ ଏକ ବାରେ ।।


Rate this content
Log in

Similar oriya poem from Romance