STORYMIRROR

Sagar Kumar Parida

Classics

3  

Sagar Kumar Parida

Classics

ଆହେ ପ୍ରଭୁ ଜଗନ୍ନାଥ

ଆହେ ପ୍ରଭୁ ଜଗନ୍ନାଥ

1 min
385

ଆହେ ପ୍ରଭୁ ଜଗନ୍ନାଥ     ବିଶ୍ୱପ୍ରାଣ ରମାନାଥ

  କୋଟି କୋଟି ପ୍ରଣିପାତ ପଦେ ତୁମରି

ନୀଳ ନୀରନିଧି କୂଳେ   ଭାଇ ଭଗିନୀ ସଙ୍ଗରେ

   ଶ୍ରୀମନ୍ଦିରେ ବିରାଜିତ ହେ ଚକ୍ରଧାରୀ

     କରୁଣାର ତୁମେ ସାଗର

  ଶଙ୍ଖକ୍ଷେତ୍ରେ ବିରାଜିତ ନୀଳାଦ୍ରିଶ୍ୱର .................୧


ମହିମା ତୁମ ଅନନ୍ତ    କଳି ନ ପାରେ ଅନନ୍ତ

    ବ୍ରହ୍ମା ଶିବ ଇନ୍ଦ୍ର ଚ଼ନ୍ଦ୍ର ଅମର ବୃନ୍ଦ

କରୁଥାନ୍ତି ସ୍ତୁତିଗାନ    ପାଇବାକୁ ଦରଶନ

    ପ୍ରେମମୟ ତୁମେ ପ୍ରଭୁ ହେ ଆଦିକନ୍ଦ

      ଅଦଭୁତ ଲୀଳା ମାଧୁରୀ

   ଦୁଷ୍କୃତି ବିନାଶି ଧର୍ମ ସ୍ଥାପନା କରି................୨

    

କଳିଯୁଗେ ଶ୍ରେଷ୍ଠଧାମ   ବିଦିତ ପୁରୁଷୋତ୍ତମ

     ପତିତପାବନ ବାନା ନୀଳଚକ୍ରରେ

ଲୀଳାମୟ ନୀଳମଣି    ଗୀତାଜ୍ଞାନକୁ ବଖାଣି

     ପାଣ୍ଡଵଙ୍କୁ ରକ୍ଷା କରିଥିଲ ଦ୍ୱାପରେ 

      ନକ୍ର ମାରି ଗଜ ଉଦ୍ଧରି

  ବଳିକୁ ଚାପିଲ ତୁମେ ପାତାଳ ପୁରି................୩

   

ମାଧାଵାଚାର୍ଯ୍ୟ ଚୈତନ୍ୟ    ଲକ୍ଷଲକ୍ଷ ସାଧୁଜନ 

   ଛାଡି ସଂସାର ବନ୍ଦନ ମୋହମାୟାକୁ 

ଭଜୁଥିଲେ ତୁମ ନାମ     ପାଇବାକୁ ମୁକ୍ତିଧାମ

    ଜନ୍ମ ଜନ୍ମାନ୍ତର ଚକ୍ରୁ ପାରି ହେବାକୁ 

      ଚଉଵର୍ଗ ପ୍ରଦାନକାରୀ

  ଶରଣ ରଖ ହେ ବ୍ରହ୍ମ ଦାରୁ ମୁରାରି ..................୪


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics