ଆହେ ଗଣପତି ବାବା
ଆହେ ଗଣପତି ବାବା
ସୁମନର ଭକ୍ତି ସୁବାଷରେ
ପ୍ରଭୁ ସୁବାଷିତ କରି
ଗାଇ, ଗାଉଅଛି, ଗାଉଥିବି
ସଦା ନାମକୁ ତୁମରି l
ପ୍ରାଣର ପ୍ରାଣ ହେ ଗଜାନନ
ତୁମେ ପ୍ରଭୁ ମୋର ପ୍ରାଣ,
ପ୍ରତି ସକାଳେ ଆଉ ସନ୍ଧ୍ୟାରେ
ଗାଏ ତୁମରି ଜଣାଣ l
ମୁଁ" ଭକତିରେ ଭକ୍ତ ଭାବରେ
ଡାକେ ତୁମ ନାମ ଧରି,
ସୁମନର ।
ବିଦ୍ୟାର ଦେବତା ହେ କରତା
ପ୍ରଭୁ ତୁମେ ବିଦ୍ୟାଦାତା,
ଆହେ ଗଣପତି , ଲମ୍ବୋଦର
ତୁମେ ପରା ମୋ" ଦେବତା l
ଭବ ସିନ୍ଧୁରେ ତୁମେ କୃପାସିନ୍ଧୁ
ଭାସୁଛି ତୁମକୁ ସ୍ମରି ,
ସୁମନ ।
ଅଜ୍ଞାନ ଭାବେ ଅଜ୍ଞାନ ଗର୍ଭେ
ବଢୁଛି ଅଜ୍ଞାନ ପରି,
ପାଠ ତ" କଣ , ପାଠର ମାନ
ଜାଣିନାହିଁ କେଉଁପରି l
ତୁମେ ବତାଇ ତୁମେ ଶିଖାଇ
କର କାଳିଦାସ ପରି,
ସୁମନ ।