STORYMIRROR

Kishore Nayak

Inspirational

3  

Kishore Nayak

Inspirational

"ଆହେ ଦୟାମୟ କରୁଣା ସାଗର"

"ଆହେ ଦୟାମୟ କରୁଣା ସାଗର"

1 min
230


ଆହେ ଦୟାମୟ କରୁଣା ସାଗର 

            ଶୁଭାଶିଷ ଦିଅ ମୋତେ 

ଟିକି ପିଲା ମୁହିଁ କିଛି ନଜାଣଇ 

          ନିଅ ମୋତେ ସତ୍ୟ ପଥେ l


ମୋ ହୃଦୟେ ଦିଅ ଦୟା-ପ୍ରେମ-କ୍ଷମା 

              ଅଜ୍ଞାନତା କରି ଦୂର 

ଭଲ ମଣିଷଟେ କର ମୋତେ ପ୍ରଭୁ 

            ଏତିକି ପ୍ରାର୍ଥନା ମୋର l


ପିତା-ମାତା-ବନ୍ଧୁ-ପ୍ରିୟ ପରିଜନେ 

           ଜନମ ଦେଇଛ ମୋତେ 

ତୁମରି ଆଦେଶେ ବିତୁ ମୋ ଜୀବନ 

           ରହି ସଦା ତାଙ୍କ ସାଥେ l


ତୁମରି ବନ୍ଦନା ଗାନ କରି ପ୍ରଭୁ 

          ହୋଇବି ମୁଁ କୃତ୍ୟ କୃତ୍ୟ 

ପିତା-ମାତା ସେବା କରିବାକୁ ସାଇଁ 

          ଶକ୍ତି ଦିଅ ମୋତେ ନିତ୍ୟ l


ସୁଖ-ଦୁଃଖ ଭରା ଏ ଜୀବନ ପଥେ 

            ଶକତି ଦିଅ ହେ ପ୍ରଭୁ 

ମୋ ମନରେ ଆସୁ ଅସୀମ ସାହସ 

            ଲଭି ତବ କୃପା ବିଭୁ l


ତୁମେତ ରଚିଛ ଏ ସୁନ୍ଦର ଧରା 

          ବିରାଜିଛ ନିତ୍ୟ ତହିଁରେ 

ତୁମଙ୍କୁ ସୁମରି ସତ୍ କର୍ମ କରି 

        ଯାଉ ମୋର ଦିନ ମହୀରେ l




Rate this content
Log in

Similar oriya poem from Inspirational