STORYMIRROR

Kalandi pal

Inspirational

3  

Kalandi pal

Inspirational

ଆହେ ବଇକୁଣ୍ଠ ବାସୀ

ଆହେ ବଇକୁଣ୍ଠ ବାସୀ

1 min
236

ସରଗ ସୁଖ ତ ଭୋଗୁ ଥାଅ ବସି

  ଆହେ ବଇକୁଣ୍ଠ ବାସୀ.

ଲୋଡ଼ା ନାହିଁ ମୋର ସରଗର ସୁଖ

  ଦୁଇ ପାଦ ଭୂଇଁ ବେଶୀ.

ପ୍ରଭୁ, ଯାଚି ଦେବ ହସି ହସି. l0l


ଯାହା ମୁଁ ଭୋଗୁଛି ସବୁ ତୁମ ଦାନ

  ଦିନେ ତ ଛଡାଇ ନେବ.

ଅଢେଇ ଦିନକୁ ଆସିଛି ଏଠାକୁ

   ସମୟ ସରିଲେ ଯିବ.

କିଛି ନେବି ନାହିଁ ସାଥିରେ ମୋହର

   ଛଅ ଖଣ୍ଡ ବାଉଁଶ ବେଶୀ. l1l


ମୋର ମୋର ବୋଲି କାହାକୁ କହିବି

   ସବୁ ତ ଅଟେ ତୁମର.

ଖାଇବା ଥାଳିଟା ମୋ କର୍ମ ଫଳଟା

   ସାଥି ତ ଖାଲି ମୋହର.

କାନ୍ଧରେ କାନ୍ଧେଇ ମୋର ସାହି ଭାଇ

   ନେବେ ତୁମ ନାମ ଘୋଷି. l2l



Rate this content
Log in

Similar oriya poem from Inspirational