STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆହେ ଆରଡ଼ି ସାଇ

ଆହେ ଆରଡ଼ି ସାଇ

1 min
157


ଆରଡ଼ି ଧାମ ରେ ବସିଛ

  ଆହେ ଆରଡ଼ି ସାଇ

ଭକତ ଙ୍କ ଡାକ ଶୁଣୁ ଛ

   ରତ୍ନ ଆସନେ ଥାଇ।


ସକାଳ ସଞ୍ଜ ରେ ହେଉଛ

  ପ୍ରଭୁ ନାନା ସୁବେଶ

ଆରତି ଆରତ ହରୁଚ

  ପ୍ରଭୁ ଦେବ ମହେଶ।


ଜୟ ମଣୀ ବାବା ଥରୁ ଟେ

  ଯିଏ ମୁଖରେ ନିଏ

ଜୀବନ ରେ ତାର ଅଭାବ

   ଦୁଃଖ ପାଖେ ନ ଥାଏ।


ତୁମ ପାଦୁକ ରେ ସରବ 

   ରୋଗ ହୁଅଇ ନାଶ

ତୁମ ସେ ଅଭୟ ପାଦ କୁ

  ସଦା କରିଛି ଆଶ।


ବାବା ମଣୀ ତବ ଶ୍ରୀ ପଦେ

   ବାଢେ କୋଟି ପ୍ରଣତି

ତବ ନାମ ଜପି ମଣିମା

  ବିତୁ ମୋ ଦିବା ନିଶି।

ଜୟ ଜୟ ବାବା ମଣୀ ହେ

  ଜୟ ଜୟ ଶଙ୍କର

ଶ୍ରୀ ପଦ ରେ ଆଶ୍ରା କରିଛି

  ଦୀନ ବିଜୟ ଛାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational