STORYMIRROR

‌Manjula Hota

Abstract Inspirational Children

3  

‌Manjula Hota

Abstract Inspirational Children

ଆହ୍ବାନ

ଆହ୍ବାନ

1 min
445

ରଙ୍ଗୀନ ଏଇ ରଙ୍ଗ ମଞ୍ଚରେ   

    କେତେ କରେ ନର ଅଭିନୟ

ସୃଷ୍ଟି ସଜାଡି ରଖିଚି ତାଲାଗି


     କେତେ ମସଜିଦ ଦେବାଳୟ।

ବାର ମାସେ ତେର ପରବ କରିଛି

 ଜୀବନକୁ ତାର ରସମୟ 


ସୁବର୍ଣ ବରଣ କନକ କିରଣ

କରେ ଜୀବନକୁ ମଧୁମୟ ।

 ଖାଇବା ଦରବ ନୋହିଛି ଅଭାବ

   ରହିବା ପାଇଁକି ନାହିଁ ଭୟ, 

ସୀମା ହୀନ ତାର ମନୋରଞ୍ଜନର 

    ତଥାପି କିଆଁ ସେ ନିରୁପାୟ? 

କ୍ଷଣିକ ସଂସାରେ ଜୀବନ ସମରେ

ନଆସୁ ହେ ନର ପରାଜୟ

ଅମୃତ ସନ୍ତାନ ଜାଗିଉଠ ରୋକ 

ଏଇ ସ୍ରୁଷ୍ଟିର ମହାକ୍ଷୟ ।

ତରବାରୀ ନୁହେଁ ଲେଖନୀ ଧରହେ 

ନୂଆ କିଛି ତୁମେ ରଚିଯାଅ,

ଏ ଦେଶ ବାସୀଙ୍କୁ ନୂଆ ମନ୍ତ୍ରରେ ଅଭିମନ୍ତ୍ରିତ କରିଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract