STORYMIRROR

Prasanna Kumar Madala

Inspirational Others

3  

Prasanna Kumar Madala

Inspirational Others

ଆହ୍ବାନ ମାଟି ମାଆର

ଆହ୍ବାନ ମାଟି ମାଆର

1 min
13.5K


ଅନଳକଣା ଗଗନୁ ଗଳି

ଓଡ଼ିଶା ମାଟି ପବନେ ଝଳି

ପ୍ରଳୟ ନିଆଁ ଯାଉଛି ଜଳି

କାରଣ କିସ ତାର , ଭାବ ହେ ବାରବାର ।


ଯେଉଁଠି ଦେଖ ପକାଇ ନଳ

ଶୋଷିଲା ଯହିଁ ଉଦ୍ଯୋଗ କଳ

ପାତାଳେ ଗଲା ଭୂମିର ଜଳ

ଚାଷୀର ହାହାକାର , ଶୁଣ ହେ ସରକାର ।


ଅନ୍ଧ ପୁଟୁଳି ବାନ୍ଧିଛ ଜାଣି

ରାତ୍ର ଦିବସ ନେଉଛ ଟାଣି

ଗଡିଆ ନଈ ପୋଖରୀ ପାଣି

ହେଲାଣି ଛାରଖାର , କରିବ କିଏ ପାର ।


ବର୍ଷକୁ ବର୍ଷ ଚାଲିଛି ମପା

ଯୋଜନା ଖାଲି ଦଫାକୁ ଦଫା

ବନ ସମ୍ପଦ ହେଉଛି ସଫା

ଏଥିକୁ ନିଘା କା'ର , ଭାବ କି ଦରକାର ।


ନଈରେ ଘାଇ ପଣକୁ ପଣ

କରି ଗଢିବା ନୂତନ ବଣ

ଜାଗି ଉଠ ହେ ଓଡିଆ ଜନ

ଫସଲେ ଭାରଭାର , ପୂରିବ ଘରଦ୍ୱାର ।


ମୁଣ୍ଡରେ ବୁଦ୍ଧି ପାରୁନି ପଶି

ଗଲାଣି ଯାହା ହାତରୁ ଖସି

ପାଇବ କେତେ ଝୁରିଲେ ବସି

ଭବିଷ୍ୟ ଅନ୍ଧକାର , କପାଳନିନ୍ଦା ସାର ।


ରଖିବ ଯଦି ମାଟିର ମାନ

ଏବଠୁ କର ଉପାୟମାନ

ପୋଡିବ ନାହିଁ ଆଗକୁ ଧାନ

ଶୁଣିବ ଜୟକାର , ବୁଝି ପାରିଲେ ଠାର ।


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational