STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଆହ୍ୱାନ

ଆହ୍ୱାନ

1 min
148

ଏମିତିକା ନଈ ତୋ କୂଳ ଛାଇ, ତୁ ଯାଉ ବହି ଦେଖୁଯେବେ କେବେ ଥରେ,ପୁଣ୍ୟର ସହରେ ପାପର ନାଆରେ କିଏ ତତେ କେବେ ଆଖି ମାରେ ଅବା ପଚାରେ କେବେଥରେ, ଶିଶୁ ର ହସରେ ଫୁଲ ସୌରଭରେ, ପକ୍ଷୀ କାକଳିରେ, କିଏ କେବେ ଦେଲା ଏତେ ରଙ୍ଗ ମାଖିରେ, କହ କହ ସଖିରେ, ଜାଣୁକି ନା ମୋହ ରେ ମାୟାରେ, ପରିବେଶ ସହ ବିଲୁପ୍ତ ଆନ୍ତରିକତା ଜଗାଇ ବାରେ. 

     ନୀଳାଚଳ ଧାମ ଯିବୁକି ମିଶିଯିବୁ ଥରେ ସାଗର ବୁକୁରେ, ଯେଉଁଠି ରହିଛି ସ୍ୱର୍ଗଦ୍ୱାର, ମଣିଷ ଜଳୁଛି ଜୁଇ ଭିତରେ, ଅଗଭୀର ସେଇ ସମୁଦ୍ର ଗଣୁଛି ପାପ ପୁଣି ପୁଣ୍ୟ, ଜୀବନ ନାଆ ଟା କୋଉ କୂଳରେ. ସମୁଦ୍ର କହୁଛି ଥରେ ତ ମିଶିଯା ନଈ ଟି ତୁ ମୋ ଭିତରେ, ସବୁ ପାପ ବୋହି ଲୁଣିଆ ଯାଇଛି ମୁଁ ହୋଇ ଏ ଶ୍ରୀକ୍ଷେତ୍ର ରେ, ସବୁଦିନ ଦେଖେ ପତିତପାବନ ବାନା ବିତରେ, ଜଗା କାଳିଆ ସୁଭଦ୍ରା ମାଆ ମୁଁହ ପ୍ରତି ପ୍ରତ୍ୟୁଷରେ ଥରେଟେ ବାରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract