STORYMIRROR

CHINMAYEE PRADHAN

Tragedy Classics Fantasy

3  

CHINMAYEE PRADHAN

Tragedy Classics Fantasy

ଆଗକୁ ବଞ୍ଚିବି

ଆଗକୁ ବଞ୍ଚିବି

1 min
187


ପାଇଛି ଜନମ ଏ ଦିବ୍ୟଧାମରେ

  ବୋଧେ ତପ କରିଥିଲି,

ମଣିଷ ଜନମ ଲଭିଅଛି ଆଜି

   ପୁଣ୍ଯବଳ ଥିଲା ବୋଲି।


ଜନମ ଦେଲେ ପିତାମାତା ମତେ

   ପ୍ରାଣ ଦେଲ ତୁମେ ଭରି,

ଶରୀରରେ ଆତ୍ମା ପ୍ରବେଶ ହୋଇଲା

   ନବ ଜୀବନ ସଞ୍ଚରି।


ଜୀବନଟା ନୁହେଁ ସହଜ ସରଳ 

   ଜିଇଁବାଟା କଷ୍ଟ ଭାରି,

ଦୁଃଖ ବି ଆସିବ ସୁଖ ବି ଆସିବ

   ବଞ୍ଚିବାକୁ ହେବ ମରି।


ଜୀବନ ନାଟକେ ଅଭିନୟ କଲେ

  କେବେ ତାଳି କେବେ ଗାଳି,

ସବୁକୁ ସମ୍ଭାଳି ପାରିଲେ ସହଜେ

  ହେବି ନାହିଁ କେବେ ଭାଳି।


ଜୀବନର ଏଇ ଚଲାପଥ ପରେ

   ଆସିବ ତ କେତେ କଣ୍ଟା,

କଣ୍ଟାକୁ ସହଜେ ଆଡ଼େଇ ଚାଲିଲେ

   ହେବି ନାହିଁ ହଟହଟା।


ଜୀବନର ନଈ ଯାଏ ବହିବହି

  ପଥେ ଆସେ କେତେ ବାଧା,

ବାଟଭାଙ୍ଗି ଆଗେ ଚାଲିଗଲେ ପରା

  ହେବନାହିଁ ଅସୁବିଧା।


ଜୀବନ ପ୍ରଦୀପ ଜଳେ ଦୁକୁଦୁକୁ

   ନିଶ୍ଚେ ଯିବ ଦିନେ ସରି,

ଜାଣି ବି ଏହାକୁ ଢାଳୁଥାଏ ଘିଅ

   ଅସୁମାରୀ ଆଶା ଭରି।


ମଣିଷ ଜୀବନ ନୁହଁଇ କେବଳ

   ନିଜ ପାଇଁ ବଞ୍ଚିବାକୁ,

ବିଶ୍ୱର କଲ୍ୟାଣେ ଆତ୍ମ ବଳିଦାନେ

  ହସଖୁସି ବାଣ୍ଟିବାକୁ।


ଜୀବନରେ ଆସୁ ଯେତେ ଝଡ଼ଝଞ୍ଜା

  ମୁଣ୍ଡପାତି ଯିବି ସହି, 

ଭଲ କାମ କରି ଏ ଜଗତ ପାଇଁ

  ଆଗକୁ ବଞ୍ଚିବି ମୁହିଁ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy