STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଆଗାମୀ ଭବିଷ୍ୟତ

ଆଗାମୀ ଭବିଷ୍ୟତ

1 min
216



କୁତ୍ରିମତାର ଆବରଣ ଏ ସମାଜ

ଶ୍ବାସ ରୁଦ୍ଧ ନିବୁଜ ଗମ୍ଭୀରୀ

ସମାଜର ନୀତି ନିୟମ

ବୋଝ ଉପରେ ନଳିତା ବିଡା

ଅମାନିଆ ମନଟା ଛି ଲାଗିଯାଏ ।


ନିଝୁମ ରାତିର

ସଁ ସଁ ଆବାଜ

ଜହ୍ନର ଫୁସଫାସ କଥା

ତାରାର ମୁରୁକି ହସ

ସୂର୍ଯ୍ୟ କାହିଁ ଲୁଚିଯାଏ ଲାଜେ

ଶତ କମ୍ପନ ସୃଷ୍ଟି କରେ

ଅନ୍ତରେ ବାହାରେ ।


ଶୋଇଥିବା ମନଟା

ପୁଣି ଚେଇଁ ଉଠେ

ହଜାର ହଜାର ବର୍ଷର

ସ୍ବପ୍ନର ସ୍ମୃତି ଗୁଡାକ

ଭାଙ୍ଗିଯାନ୍ତି ଚୁର ମାର ହୋଇ ।


ବିରକ୍ତି ମନୋଭାବ ଲୁଚିଯାଏ

କେଉଁ ଏକ ଅଜଣା ସହରେ

ମନେହୁଏ 

ହଜିଯାଇଥିବା ସମ୍ବିତଟା

ଆଖି ଠାରି ଆହ୍ବାନ କରୁଛି

ଆଗାମୀ ଭବିଷ୍ୟତ ନେଇ ।




Rate this content
Log in

Similar oriya poem from Romance