Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

2  

Prafulla Chandra Mishra

Classics

ଆଦ୍ୟ କାର୍ତ୍ତିକ ର ଗୀତ

ଆଦ୍ୟ କାର୍ତ୍ତିକ ର ଗୀତ

1 min
342



ଆଦ୍ୟ କାର୍ତ୍ତିକ ର ଶିଶିର ପଖଳା ସକାଳ ସୁନେଲି କର

ପ୍ରସାରିତ କରି ଅମୃତ ବେଳାରେ ଉଦୟ ହେଲେ ମିହିର

ଉଭା ହୋଇଲେଣି (ମୋ) କାଳିଆ ସାଆନ୍ତ

ବେଶ ରାଇ,ଦାମୋଦର ,ସକାଳ ସୁନେଲି କର


ପାହାନ୍ତା ପହରୁ ଶଂଖ, ଘଣ୍ଟ, ଘଣ୍ଟା ମଙ୍ଗଳ ଧ୍ଵନି ର ସ୍ଵର

ହୁଳହୁଳି ଶଦ୍ଦ ଗୀତ ଜନ୍ତ୍ର ବାଦ୍ୟ ମନ ହେଲାଣି ଅସ୍ଥିର

ଆଗୋ ପ୍ରାଣସହୀ ଚାଲ ବେଗ ହୋଇ

ଦର୍ଶନ କରିବା ଚାଲ , ସକାଳ ସୁନେଲି କର 


କାର୍ତ୍ତିକ ପବିତ୍ର ମାସ ରେ ହବଷ୍ୟ, ବ୍ରତ ଉପବାସ ସାର

ବାଲୁଙ୍କା ପୁଜା ରେ କାଟିବା ସକାଳ ଦୀପଦାନ ସଞ୍ଜ ବେଳ

ଆକାଶ ଦୀପ କୁ ଜଳାଇ ସହୀରେ

ଶରଣ ଯିବା ତାଙ୍କର , ସକାଳ ସୁନେଲି କର


ଧରମ ମାସ ୟେ ଶୁଣିବା ସହୀରେ କାର୍ତ୍ତିକ ମହାତ୍ମ ପୋଥି

ଅପୂର୍ବ ସେ କଥା ଅମୀୟ କାହାଣୀ ଜଳନ୍ଧର, ବୃନ୍ଦାବତୀ

ହେବାରେ ମଗନ କରି ଦରଶନ

ନୀଳାଚଳେ ରମାବର , ସକାଳ ସୁନେଲି କର


କୁମାର ପୂନେଇଁ ପାଶାଖେଳେ ହାରି ଯାଇଛନ୍ତି ବାସୁଦେବ

ବନ୍ଧା ପଡିଛନ୍ତି ମାଧୋଇ ଦେଖିବା ସେହି ଲୀଳା ଅଭିନବ 

ଲକ୍ଷ୍ମୀ ନାରାୟଣ ସେ ରୂପ ଦର୍ଶନ

(ମାୟା) ସଂସାରୁ କରିବ ପାର , ସକାଳ ସୁନେଲି କର



Rate this content
Log in

Similar oriya poem from Classics