STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଆଦର୍ଶ ଶିକ୍ଷକ

ଆଦର୍ଶ ଶିକ୍ଷକ

1 min
168


ଶିକ୍ଷିତ ସମାଜ ଗଠନ ପାଇଁ ଯେ

              କରିଥାନ୍ତି ପଣ,

ଶାନ୍ତି, ସହିଷ୍ଣୁ ସତ୍ୟବାଦୀତା ସିଏ 

               ଦିଅନ୍ତି ଶିକ୍ଷଣ,

ଶିଶୁର ବିକାଶ ନିମନ୍ତେ ଉତ୍ସର୍ଗ

               ଯାହାର ପରାଣ,

ଶିକ୍ଷା ଦୀକ୍ଷା ସାଥେ ସଂସ୍କାର ସେ

                କରନ୍ତି ଅର୍ପଣ।


କ୍ଷମା,ଦୟା ଗୁଣ ଆଦି ଶିଶୁଠାରେ

                କରି ଆବିର୍ଭୁତ,

ଖରାପ,ଅଶିକ୍ଷା,ହିଂସା କୁଗୁଣକୁ 

                କରି ବହିର୍ଗତ,

କ୍ଷିତିକୁ ସେ ଶିକ୍ଷାର ଆଲୋକରେ 

                କରି ଆଲୋକିତ,

କ୍ଷାଳିତ କରନ୍ତି ଜ୍ଞାନର ଗଙ୍ଗାରେ

               ଅଜ୍ଞାନ ହୁଏ ଶିକ୍ଷିତ।


କଦାପି ନକରନ୍ତି ଯିଏ ମନରେ

              ପାତର ଅନ୍ତର,

କଥା, ଗୀତ ଓ ନୃତ୍ୟ ମଧ୍ୟେ କରନ୍ତି

               ଶିକ୍ଷାର ପ୍ରସାର,

କାୟ, ମନ, ବଚନରେ ଯିଏ 

               ସବୁବେଳେ ସ୍ଥିର,

କୁହନ୍ତି ଆଦର୍ଶ ଶିକ୍ଷକର ଗୁଣ

                ଏମନ୍ତ ପ୍ରକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational