STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
164

ଶୂନ୍ୟରୁ ଆରମ୍ଭ ଯେଉଁ ଜୀବନ

ସେଠି ନିରନ୍ତର ଖେଳ ଛକି ଶୂନ

ଶେଷେ ଶୂନ୍ୟରେ ହୁଅଇ ବିଲୀନ

ଯେଉଁଠି ଆଜି ଅଛି ଘୃଣା ଅପମାନ 

ପୁଳାପୁଳା ଅହଂକାର ଅବିଶ୍ୱାସ

ମେଞ୍ଚା ମେଞ୍ଚା ରାଗ ଅଭିମାନ

ହେ ମାନବ ତୁମେ ଅମୃତ ସନ୍ତାନ

ଓଦା ଆଖି ନୁହେଁ ଆଖିଏ ସ୍ବପ୍ନ 

ନତ ମସ୍ତକ ନୁହେଁ ନିର୍ଭୀକ ମନ 

ମୁଣ୍ଡ ଟୁଙ୍ଗାରି କାହାର ହଁରେ ନୁହେଁ ହଁ

ବ୍ୟବହାର କରି ନିଜ ବୁଦ୍ଧି ବିବେକ ଜ୍ଞାନ

ଅର୍ଜନ କରି ଧର୍ମ ରୂପୀ ଧନ 

ଜିଇଁବା ଶିଖିଲେ ତାହାହିଁ ଜୀବନ

ଆତ୍ମବିଶ୍ୱାସରେ ଭରି ପ୍ରତି ରକ୍ତବିନ୍ଦୁ

ଅନୁଶାସନରେ ବାନ୍ଧି ପଞ୍ଚ ଇନ୍ଦ୍ରିୟଙ୍କୁ

ଅଣ୍ଟା ଭିଡି ସାହସର ଘର ତୋଳିବାକୁ 

ଆସୁ ଯେତେ ବିଘ୍ନ ଚାଲ ହେ ଆଗକୁ 

ସାହା ଭଗବାନ ଭୟ କରନି କାହାକୁ

ଲୋକେ କହୁଛନ୍ତି କହିବାକୁ ଦିଅ

ଶାନ୍ତମନେ ଲକ୍ଷ୍ୟସ୍ଥଳେ ଆଗକୁଯାଅ 

ଭୁଲ ବିଚାରକୁ ବଦଳାଇ ନିଅ

ଈର୍ଷା କ୍ରୋଧ ହୃଦୟରୁ ଦୂର କରିଦିଅ

ପରହିତ ପାଇଁ କାମ କରୁଥାଅ

ସବୁ ନୁଆଇଁବେ ମଥା ଅନ୍ୟଥା ନୁହଁ 

ଗର୍ବ ଲୋଭ ଅହଂ ଜାବୁଡି ଧରିଲେ 

ନିଜେ ସବୁକିଛି ନିଜକୁ ଭାବିଲେ

ଅଧିକ ଚାଲାକ ନିଜକୁ ମଣିଲେ 

କୋଡୁଥିବ ଯେତେ ମାଡୁଥିବ ସେତେ

ଉନ୍ନତି କରିବ ନାହିଁ କେବେ ହେଲେ.

ଜୀବନଟା କେବେ ଖରା ଛାଇ 

ମାୟାମୃଗ ପଛେ ହୁଅ ନାହିଁ ବାଈ

ଥକି ଯିବା ଦିନେ ଆମେ ଧାଇଁ ଧାଇଁ

ଦୃଢତାରେ ଯିଏ ଚାଲିବା ଜାଣଇ 

ଜୀବନକୁ ପାରେ ବଦଳାଇ ଦେଇ 

ପାଦ ତଳ କଣ୍ଟା ଆଡେଇ ଆଡେଇ

ସଂଘର୍ଷ କରି ବଞ୍ଚିବା ଶିଖଇ

ସମୟର ମୂଲ୍ୟ ସେ ହିଁ ବୁଝିଥାଇ

କାରଣ ସମୟକୁ ବାନ୍ଧି ରଖି ହୁଏନାହିଁ 

ନ ହେଉ କା'ସାଥେ ମନୋମାଳିନ୍ୟ 

ହେବା ଅନ୍ୟପାଇଁ ଉଦାହରଣ

ଖାଲି ଭୋଗ ନୁହେଁ ରହୁ ସମର୍ପଣ

ପୂଜା କରୁଥିବା ସଦା ଗୁରୁଜନ

ସ୍ନେହ ପାଉଥାନ୍ତୁ ସର୍ବ ଲଘୁଜନ

ପରସ୍ପର ପାଇଁ ରହୁ ସନମାନ 

ମୁଖେ ହସ ରହୁ ହୃଦେ ରହୁ ପ୍ରେମ

ଜଗତରେ ସଭିଏଁ ଅଟନ୍ତି ସମାନ

କାନ୍ଦୁ ପର ଦୁଃଖେ ଆମରି ପରାଣ

ପୁଣି ମିଳୁଥାଉ ସର୍ବେ ଶ୍ରେଷ୍ଠ ସ୍ଥାନ 

ଦେଖି ଖୁସି ହେବେ ପ୍ରଭୂ ନାରାୟଣ

ସୀତାରାମ ପ୍ରଭୂ ପୁରୁଷ ଉତ୍ତମ

ରହୁଥାଉ ତାଙ୍କ ଶ୍ରୀଚରଣେ ଧ୍ୟାନ

କରୁଥିଲେ ଆମେ ଆତ୍ମନିବେଦନ

ଆଶୀର୍ବାଦ ଦେବେ ପ୍ରଭୂ ଘନଶ୍ୟାମ 

ତାହା ହିଁ ଆଦର୍ଶ ଜୀବନ

ତାହା ହିଁ ଆଦର୍ଶ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational