STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଆଦର୍ଶ ଧାମ

ଆଦର୍ଶ ଧାମ

1 min
292


ଆସିବା ବେଳର ସାଥି ଏହି ଘର

ଫେରିବା ବେଳର ବନ୍ଧୁ

ରାଗ ଅଭିମାନ ପାଉଁଶ ଗଣ୍ଠୁଳି

ପ୍ରେମ ପୀୟୂଷର ସିନ୍ଧୁ ।।

ଏନ୍ତୁଡ଼ି ଶାଳର ନିଆଁ ଏଠି ହସେ

ଶ୍ମଶାନ ପଠାଇ କାନ୍ଦେ

ମତ ମନ ଆଉ ଆତ୍ମା ଛନ୍ଦି ହୋଇ

ସମ୍ପର୍କର ସେତୁ ବାନ୍ଧେ ।।

ଇଟା ବାଲି କାଠ ସିମେଣ୍ଟରେ ନୁହେଁ

ପ୍ରୀତିର କଂକ୍ରିଟ ବଳେ

ସ୍ନେହ ଶରଧାରେ ଗଢ଼ା ଏହି ଘରେ

ପ୍ରେମ ସଞ୍ଜବତୀ ଜାଳେ ।।

ଏଇଠି ମା'ଠୁ ଶିଖେ ଶିଷ୍ଟାଚାର

ବାପାଠୁ ଶିଖେ ମୁଁ ନ୍ୟାୟ

ଭାଇ ଭଉଣୀଠୁ ଶିଖେ ମୁଁ ଶରଧା

ଭଲ ପାଇବାର କୋହ ।।

ଦୁଃଖ ବିପଦରେ ତା ପାଶେ ଫେରିଲେ

ଶରଧାରେ ନିଏ କୋଳେ

ଲୁହ ପୋଛି ଦେଇ ମଥାକୁ ଆଉଁଷି

ଉତ୍ସାହ ସାହସ ବୋଳେ ।।

ଉଆସ ଦିଏ ନା ତା ସୁଖ ଶରଧା

ବିଦେଶର ସିଂହାସନ

ଯେଉଁଠି ଥିଲେ ମୁଁ ତାକୁ ଝୁରି କାନ୍ଦେ

ସ୍ମୃତି ତାର ରୂପାଜହ୍ନ ।।

ସଂସ୍କାରର ପୂତ ଦେବାଳୟ ଇଏ

ଶୃଙ୍ଖଳାର ବିଦ୍ୟାଳୟ

ପର୍ବପର୍ବାଣିର ତା କୁହୁକ ଛୁଆଁ

ସତେ ବସନ୍ତ ମଳୟ ।।

ଶିକ୍ଷା, ଦୀକ୍ଷା, କର୍ମ, ଧର୍ମ କାମଧେନୁ

ଗଙ୍ଗା ଗୟା ତୀର୍ଥକ୍ଷେତ୍ର

ତା କୋଳେ ଜନମି ସରଗ ଲଭିଛି

ସତେ ଜଗାର ଶ୍ରୀକ୍ଷେତ୍ର ।।

ହେ ପରମପିତା ଏତିକି ମାଗୁଣି

ତୁମ ପାଦେ ଘେନାକର

ଏ ଆଦର୍ଶ ଧାମ ସରଗପୁରୀରେ

ଜନମେ ମୁଁ ବାରମ୍ବାର।।

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational