ଆଧୁନିକତା
ଆଧୁନିକତା
ଭୂମିରୁ ଆକାଶ ହୋଇଲା ବିଷାକ୍ତ
ବଦଳିଲା ପରିସଂସ୍ଥା
ଆଧୁନିକ ନିଶା କଳୁଷିତ ଭାଷା
ବିକୃତ ହେଲା ବ୍ୟବସ୍ଥା ।
ଆଧୁନିକ ପ୍ରେମେ ଶରୀରର ବେଶ
ଅର୍ଦ୍ଧାଙ୍ଗେ ହୋଇଲା ଲିପ୍ତ
ଭୁଲି ଦେଶ ପ୍ରେମ ପରିଚୟ ଦିଏ
ପାଶ୍ଚ୍ୟାତ ସଂସ୍କୃତି ଭକ୍ତ ।
ସମୟ ଅବଧି ଆଣେ ରୋଗବ୍ୟାଧି
ଯନ୍ତ୍ରାଂଶରେ କରେ କାମ
ଗଢ଼େ କାରଖାନା ଉଦ୍ଭିଦଙ୍କ ବିନା
କମୁଥାଏ ଅମ୍ଳଜାନ ।
ଭୋଗବାଦୀ ମନ ଦିଏ ନାହିଁ ଧ୍ୟାନ
ବିଗାଡେ ଧରଣୀ ପୃଷ୍ଠ
ସ୍ୱାଦିଷ୍ଟ ଭୋଜନେ ଗଢ଼େ ତା'ଜୀବନ
ପ୍ରକୃତିକୁ କରି ନଷ୍ଟ ।
ଆପଣା ଜିହ୍ଵାକୁ ଆକର୍ଷଣେ ଛେଦି
ସଜାଇଲା ଯେ ନଗର
ଚତୁର୍ଦିଗେ ଖାଲି କରି ପ୍ରଦୂଷଣ
ଜାଳିଲା ବିଷ ଜାଗର ।।