ଆଧୁନିକା ନାୟିକା
ଆଧୁନିକା ନାୟିକା
ଦେଖ ଏ, ଆଧୁନିକା ନାୟିକା, ଦେଖ ଏ
କାନ୍ଧରେ ଭ୍ୟାନିଟି ହାଇହିଲି ଚଟି
ଯୁବା ମନଭୁଲା ପକ୍କା ରସିକା
ଦେଖ ଏ, ଆଧୁନିକା ନାୟିକା |
ବିୟୁଟି ପାର୍ଲରକୁ ଯାଇ
କେଶ ଦନ୍ତ ନଖ ସଜାଇ
ଭୂରୁ ଶରାସନେ ନୟନ କମାଣେ
ହାଣିଦିଏ ଦମ୍ଭି ଦମ୍ଭ- ବାଟିକା
ଦେଖ ଏ, ଆଧୁନିକା ନାୟିକା |
ଝିଲିମିଲି ରଙ୍ଗିନୀ ଶାଢ଼ୀ
ଗୋରାଦେହେ ଯାଉଛି ଜଡ଼ି
ସ୍ନୋ ପାଉଡ଼ର ଲିପିସ୍ଟିକ ଅଧର
ସାଜେ ହିରୋଇନି,ସେ ରୁପାମ୍ବିକା,
ଦେଖ ଏ ଆଧୁନିକା ନାୟିକା |
ଶରମ ତ ଗଲା ଚୂଲିକି
ଦେଖ ଅଣ୍ଟା ଭଙ୍ଗା ଚାଲିକି
ପୁରୁଷ ଗହଳି ଭିତରେ ବିହରି
ଘୂରେ ରୂପରାଣୀ ବେଶ ସାଜିକା,
ଦେଖ ଏ ଆଧୁନିକ ନାୟିକା |
ଓଢ଼ଣାତ ମଥାରେ ନାହିଁ
କପାଳରେ ଟିକିଲି ନାଇ
ଶଙ୍ଖା ଶୂନ୍ୟ ହସ୍ତ ୱାଚ ଗଗଲେସ
ପୁରୁଷ ପୋଷାକେ ତନୁ ମଣ୍ଡିକା
ଦେଖ ଏ ଆଧୁନିକା ନାୟିକା |
ମୁଷ୍ଠିମେୟ ନାରୀଙ୍କ ପାଇଁ
ନାରୀଜାତି ନିନ୍ଦିତା ଭାଇ
ଇନ୍ଦିରା ପ୍ରତିଭା ସୁଷମାଙ୍କ ପ୍ରଭା
ମଥାରେ ଓଢଣୀ ହିନ୍ଦୁ ପ୍ରତିକା |