STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ନାଗରିକ ଓ ରାସ୍ତା ନୀୟମ

ନାଗରିକ ଓ ରାସ୍ତା ନୀୟମ

1 min
169


ବାଇକ୍ ଯେବେ ଚଳାଉଥିବା

ପିନ୍ଧିବା ହେଲ୍ ମେଟ୍

ଚାରିଚକିଆ ଚଲାଉଥିଲେ

ବାନ୍ଧିବା ସିଟ୍ ବେଲ୍ଟ

ମୋବାଇଲ ଜାକି କରିବା ନାହିଁ

କାସାଥେ ଚିଟ୍ ଚାଟ୍

ପିନ୍ଧିବା ହେଲ୍ ମେଟ୍

ବାନ୍ଧିବା ସିଟ୍ ବେଲ୍ଟ


ପିଇଲେ ମଦ ଭାରି ବିପଦ

ମନ ମାନେନି ବୋଲ

ମଦ ପିଇଯେ ଚଲାଏ ଗାଡି

ହୁଏ ସେ କଲବଲ

ମଦ ଯୋଗୁତ ହେଉଛି ନିତି

କେତେଯେ ଆକ୍ସିଡେଣ୍ଟ

ପିନ୍ଧିବା ହେଲ୍ ମେଟ୍

ବାନ୍ଧିବା ସିଟ୍ ବେଲ୍ଟ। 


 ଡିଏଲ୍ ବିନା ଗାଡିଚାଳନା

 ଅଟଇ ଦଣ୍ଡନିୟ

ବୀମା କରିବା ଟ୍ୟାକ୍ସ ଭରିବା

ନଥିବ ଆଉ ଭୟ

ନିୟମିତ ଯେ କରିବା ନିଶ୍ଚେ

ପଲ୍ୟୁସନ୍ ଟେଷ୍ଟ

ପିନ୍ଧିବା ହେଲ୍ ମେଟ୍

ବାନ୍ଧିବା ସିଟ୍ ବେଲ୍ଟ। 


ଆମେରେ ଯେତେ ନାଗରିକ ତ

ହୋଇଲେ ସଚେତନ

ଗାଡି ମଟର ଦୁର୍ଘଟଣା ଯେ

ହୋଇବ ନିୟନ୍ତ୍ରଣ 

ଅକାଳେ କାର ଯିବନି ପ୍ରାଣ

ମାରୁଛୁ ଆମେ ବେଟ୍ 

ପିନ୍ଧିବା ହେଲ୍ ମେଟ୍

ବାନ୍ଧିବା ସିଟ୍ ବେଲ୍ଟ। 


ନାଗରିକ ତା ଦାୟିତ୍ୱ ପ୍ରତି

କରଇ ଯଦି ହେଳା

ଅବେଳ ତାକୁ ହୁଅଇ କାଳ

ଟଳମଳ ତା ଭେଳା

ସେଇଥିପାଇଁ ରାସ୍ତା ନୀୟମ

ମାନିବା ଆମେ ନିଶ୍ଚେ

ପିନ୍ଧିବା ହେଲ୍ ମେଟ୍

ବାନ୍ଧିବା ସିଟ୍ ବେଲ୍ଟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational