ଅଙ୍କାବଙ୍କା ନଈ
ଅଙ୍କାବଙ୍କା ନଈ


ଅଙ୍କା ବଙ୍କା ନଈ
ହେଇ ଯାଏ ମୁଁ ବହି
କେବେ ପାହlଡର ଛାତି ଚିରି
କେବେ ଦୁର୍ଗମ
କେବେ ସମତଳ ରାସ୍ତା ରେ
ମୁଁ ବହିଯାଏ କେବେ
କରେନି ହେଳା
ଅବିରତ ମୁଁ ଧାଉଁଥାଏ
ସାଗର ସହ ମିଳିତ
ହେବl ଆଶାରେ
ମୁଁ ଅବିରତ ଧାଇଁ ଥାଏ
ମୋ ଭିତରେ ଅନେକ ସ୍ମୃତି
ନେଇ ମୁଁ ଗୋଟିଏ ସ୍ଥାନରୁ
ଆଉ ଏକ ସ୍ଥାନକୁ ଧାଇଁ ଆସେ
ଏଇ ମୋ ଜୀବନ
କେବେ ଖରା ବର୍ଷା
ପତ୍ର ଝଡା
ସବୁ ମୁଁ ଦେଖିଛି
ସମୟ ଅନୁସାରେ
ମୋ ଧାର ସରୁ ହେଲାଣି
ତଥାପି ସାଗର ସହ ମିଳିତ
ହେବା ଆଶା ରେ
ମୁଁ ଧାଏଁ।
ସେଇ ମୋର ଅନ୍ତିମ ଲକ୍ଷ୍ୟ
ସେଇ ମୋର ଶେଷ ଇଚ୍ଛା।