ପଳାଶ କୁସୁମ
ପଳାଶ କୁସୁମ
ଲାବାଣ୍ଯରେ ସାର
ପଳାଶ କୁସୁମ କି
ସୁନ୍ଦର ରଙ୍ଗରେ ରଙ୍ଗୀତ
ରୂପ ଶତ ସୁଷମାକୁ
ବଳି କଣ୍ଟକିତ ଵୃକ୍ଷେ
ପାଉଛି ଶୋଭା ଲାଗଇ
ସତେ କିଏ କେଶର
ପଣତ କାନି ଦେଇଛି
ବିଛାଇ ପଡିଛି ତହିଁରେ
କଣ୍ଟାର ଛିଟା ଦିଶଇ
ବୁନ୍ଦା ବୁନ୍ଦା ହୋଇ
ବାସ ନାହିଁ ତଥାପି
ହୁଅଇ ପୂଜିତ ମହାଦେବଙ୍କ
ପୟରେ ଯାଇ
ଇନ୍ଦ୍ରଙ୍କ ସଭାରେ ହୋଇ ଅନୁପସ୍ଥିତ
ପାଇଛି ଅଭିଶାପ
ହୁଅଇ ଶାପମୁକ୍ତ
ଶିବରାତ୍ରୀ ଦିନ
ଦେବ ଦେବ ମହାଦେବଙ୍କ
ପୟରେ ପୂଜିତ ହୋଇ
କି ଭାଗ୍ଯ ତାହାର
ବାସହୀନ ହୋଇ
ଜାଗର ଦିନ ହୁଅଇ
ସଭିଙ୍କ ପ୍ରିୟ
ନିଜ ରଙ୍ଗରେ
ନିଅଇ ମୋହି
ପାହାଡ ପରବତେ
ଥାଇ ଲୋଭଇ ମନକୁ
ସବୁରି ଆଖି ଯାଏ ଲାଖି
ଦେଖି ତା ରୂପ କାନ୍ତି ।