ପ୍ରତୀକ୍ଷା
ପ୍ରତୀକ୍ଷା
ବସିଛି ମୁଁ
ଏକା ଏକା
ସ୍ଵପ୍ନ ସତ ହେବା ଯାଏଁ
ତୁମେ ସିନା ଫେର ନାହିଁ
ଯେବେ କେବେ ଗଲେ
ମୁଁ କିନ୍ତୁ ଅପେକ୍ଷା କରେ
ତୁମେ ନ ଫେରିବା ଯାଏଁ ॥
ବୋକା ବୋଲି ଭାବିପାର ସତେ
ଛଳନା କି ହିଂସା
କେବେ ଛୁଇଁ ନାହିଁ ମୋତେ ।।
ମିଛ ବୋଲି ଭାବିଲେ ବି ଯେତେ
କିନ୍ତୁ
ସତ ଭାରି ଭଲଲାଗେ ମୋତେ
ସତ ଭାରି ଭଲଲାଗେ ମୋତେ ॥