STORYMIRROR

Trilochan Sahoo

Others

3  

Trilochan Sahoo

Others

ଅଭିଶପ୍ତ ମୁଁ

ଅଭିଶପ୍ତ ମୁଁ

1 min
13.6K


ତୁମେ କୁହ ସଖୀ

ନିଜେ ତଥା ମୁଁ ...

ବାସ୍ତବତାକୁ ଭଲପାଇ ପାଇଛି କ’ଣ

କେବଳ ମେଞ୍ଚା ମେଞ୍ଚା

ବିଫଳତା ଆଉ

ଅସରନ୍ତି ନିଃସଙ୍ଗତା

କିନ୍ତୁ

ବଦଳରେ ହରେଇଛି ଅନେକ କିଛି

ହରେଇଛି ମୋ

ମୂଲ୍ୟବାନ ସମୟକୁ

ଆଉ ହରେଇଛି ମୁଁ ମୋ ନିଜକୁ

ଯାହା ଆଉ ଫେରିବନି କି

ଫେରେଇ ହେବନାହିଁ କେବେ,

ଏସବୁ ପରେ କିନ୍ତୁ ସଖୀ

ଦୁଃଖ କେବେ ମୋତେ

ହାତ ଛଡା ଦେଇନି

କେତେ ଯେ ଅବୁଝା ପ୍ରଶ୍ନ ସବୁ

ଉଙ୍କି ମାରିଛି ଏଇ ମନରେ

କେବଳ ଉତ୍ତର ଖୋଜିବାକୁ

କିନ୍ତୁ ,

ଉତ୍ତରରେ ପାଇଛି

କେବଳ ଅସରାଏ ନୀରବତା

ଆଉ ନୀରବତା

କେବେ ମଧ୍ୟ ବ୍ୟସ୍ତ ହୋଇନି

ସମୟ ସହିତ ଆଗକୁ ଯିବା ପାଇଁ

ଅପେକ୍ଷା କରିଛି

ଆଉ କେବେବି

ସୁଖ ଦୁଃଖର ଗଣିତ କଷିନି

କେବଳ ମୋର , ଭୁଲ କଉଠି

ଆଜି ଯାଏଁ ଖୋଜୁଛି

ତୁମେ କୁହ ସଖୀ

ବଦଳରେ ମୋତେ ସବୁ

କ’ଣ ମିଳିଛି ।


Rate this content
Log in