STORYMIRROR

Trilochan Sahoo

Inspirational Others

3  

Trilochan Sahoo

Inspirational Others

ତଥାପି ଜୀବନ

ତଥାପି ଜୀବନ

1 min
13.6K


ବେଳେବେଳେ

ସମୟ ଅନେକ ସମୟରେ

ବାଧ୍ୟକରେ ନିଜର ଲକ୍ଷ୍ୟକୁ

ଭୁଲିଯିବା ପାଇଁ

ଆଉ ବେଳେବେଳେ

ନିଜର ଲକ୍ଷ୍ୟ ନ ଥାଇ ବି

ଜଣେ ନିଜର ଲକ୍ଷ୍ୟ ପଥରେ

ପହଞ୍ଚି ଯାଏ ଅକ୍ଲେଶରେ ।

ଜାଣେନା ଏମିତି ହୁଏ କାହିଁକି

ଭାରି କଷ୍ଟ ଲାଗେ

ଏଯାଏଁ କିଛି କରିପାରିନି

ଚେଷ୍ଟା ମଧ୍ୟ ଛାଡିନି

ବାରମ୍ବାର ଚେଷ୍ଟା ଚାଲିଛି

ଗୋଟେ ଅପ୍ରାପ୍ତିର ସ୍ଵପ୍ନ ନେଇ

ଏଇ ଯେମିତି ତୁମ ସହ ଦେଖା

ହେବା ପାଇଁ ଇଛା

କିନ୍ତୁ ସମୟ ଆଉ ଜଞ୍ଜାଳ

ବାଟ ଓଗାଳିଛି

ତଥାପି ତୁମକୁ ଭୁଲିପାରିନି

ଖାଲି ଗୋଟେ ଅବଶୋଷ

ମୁଁ ଆଜି ଯାଏଁ କିଛି

କରିପାରିନି କାହା ପାଇଁ

କିନ୍ତୁ କେବେ ଯେ , କିଛି

କରିପାରିବିନି

ଏ କଥା କ’ଣ ଅସମ୍ଭବ ।

ତଥାପି ଏ ଜୀବନ ଚାଲିଛି

ଗୋଟେ ଅପ୍ରାପ୍ତିର ସ୍ଵପ୍ନ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational