STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ବିରହ ବିଧୁରା

ବିରହ ବିଧୁରା

1 min
13.2K


   ବିରହ ବିଧୁରା                       ଗୀତା ଷଡ଼ଙ୍ଗୀ

ବର୍ଷାର ତାଣ୍ଡବ ଲୀଳା ଚତୁର୍ଦିଗେ
ବସିଅଛି ବିଗତ ଯୌବନା ବୃଦ୍ଧାଟିଏ
ତାର ଲୋଳିତ ଚର୍ମ,ସଫେଦ ଓଠରେ
ନାହିଁ ଉତ୍ତାପ କି ଉତ୍ତେଜନା
ପାଣ୍ଡୁର ଶରୀର,ପେଜୁଆ ନୟନରେ
ନାହିଁ ସ୍ୱପ୍ନ କି ସଂଭାବନା
କ୍ଷତ ବିକ୍ଷତ ଆତ୍ମା,ଲହୁ ଲୁହାଣ ମନରେ
ନାହିଁ ଆଉ ଆଶା କି ଆଶ୍ୱାସନା ।
ଦିନ ଥିଲା ସପ୍ତରଙ୍ଗର ରଙ୍ଗିନ ବର୍ଣ୍ଣାଳି
ଝଟକି ଉଠୁଥିଲା ତା ଦେହର ଦ୍ୟୁତିରେ
ସୌନ୍ଦର୍ଯ୍ୟର କୋଟିକମ
ଫୁଟି ଉଠୁଥିଲା ଦେହରେ ମୁହଁରେ
ବେଦନା ବିଧୁର,ଲୁହ ସଜଳ
ଜୀବନ ତାର ଆଜି ନିଃସଙ୍ଗ
କେଉଁ ପରିବାର ପରିଧିର
ଏବେ ଆଉ ନୁହେଁ ସେ କେନ୍ଦ୍ରବିନ୍ଦୁ ।
ଜୀବନ ଦିନେ ଥିଲା ତାର
କୋଳାହଳମୟ
ଆଖି ଆଗରେ ତାର
ଭୁଷୁଡି ପଡିଲା ଘର
ଭାସିଗଲା ତାଟି,କବାଟ,ଚାଳ
ସାଇତା ପେଡି,ସିନ୍ଦୁକ ସାତ ପୁରୁଷର
ଭାସିଗଲେ ପୁଅବୋହୂ,ନାତିନାତୁଣୀ,
ଗୋରୁଗାଈ,ଛେଳି,କୁକୁର
ଭାସିଗଲା ଘରର କୁଲା ଛାଞ୍ଚୁଣୀ
ଚତୁର୍ଦିଗେ ପାଣିର ଘେର
ବନ୍ୟାର ବିଭୀଷିକାରେ ମୃତ୍ୟୁର ହାହାକାର
ସେ ଦେଖିଛି ଦଶମାସ ପୂର୍ଣ୍ଣ
ଗର୍ଭିଣୀ ସ୍ତ୍ରୀର ଯନ୍ତ୍ରଣା କାତର ମୁଖ
ମାତୃହରା ଅବୋଧ ଶିଶୁର ଭୋକ
ଶହଶହ ନିରନ୍ନ ଜନଙ୍କର ଶୋକ
ନିୟତିର କ୍ରୁର ପରିହାସେ
ପରିଣତ ବୟସେ ସେ ସର୍ବହରା
ପ୍ରିୟଜନଙ୍କୁ ହରାଇ ବିରହ ବିଧୁରା ।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational