Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4  

kahnu charan sahu

Abstract

ଆଧୁନିକ ଶ୍ରବଣ କୁମାର

ଆଧୁନିକ ଶ୍ରବଣ କୁମାର

1 min
407



ବଦଳିଲା ଯୁଗ ବଦଳିଲା ଭାବ

ବଦଳିଲା ପ୍ରେମ ସ୍ନେହ

ମାତାପିତା ଆଜି ବୃଦ୍ଧାକାଳେ ବସି

ଆଖିରୁ ଝରାନ୍ତି ଲୁହ।  

ଅନ୍ଧର ଲଉଡି ଭାବିଥିଲେ ଦିନେ 

ଜନ୍ମଦେଇ ପୁଅଝିଅ

ଯେ ଯାହା ବାଟରେ ଜୀବନ ବଞ୍ଚିଲେ

ବୁଝିଲେନି ଘର ଦୁଃଖ ।

ଯେଉଁ ଘର ଦିନେ ସ୍ୱର୍ଗପୁର ପରି

ହସଖୁସି ବାଣ୍ଟୁଥିଲା

ସଫଳ ଜୀବନ ପାଇ ସେ ସନ୍ତାନ

ସବୁକିଛି ଭୁଲିଗଲା ।

ସନ୍ତାନ ପାଇଁ କି ଯେତିକି ଖଟିଲେ

ଜୀବନକୁ ମୂର୍ଚ୍ଛି ଦେଇ

ନ ଖାଇ ନ ପିଇ ସଞ୍ଚିଲେ ସମ୍ପତ୍ତି

ହେଲେ ବୁଝିଲେନି କେହି ।

ପିତାମାତା ପରା ଚଳନ୍ତି ଈଶ୍ୱର

ବୁଝୁନି ସ୍ୱାର୍ଥୀ ମଣିଷ

ରକ୍ତର ହୋଇ କି ସମ୍ପତ୍ତି ପାଇଁ ସେ

ଭୁଲିଯାଏ ତାଙ୍କ କ୍ଳେଶ ।



Rate this content
Log in

Similar oriya poem from Abstract